ନୟାଗଡ଼: ରାଜନୈତକ ଶତ୍ରୁତାରୁ ଏକ ଘରକିଆ ହେବା ପରେ ଏବେ ଆକ୍ରମଣ ଓ ଲୁଟ୍ର ଶିକାର ହୋଇଛନ୍ତି ନୟାଗଡ଼ର ତିନିପରିବାର ସଦସ୍ୟ। ଅଭିଯୁକ୍ତ ସେମାନଙ୍କ ଘର ଭାଙ୍ଗିବା ସହ ମରଣାତକ ଆକ୍ରମଣ କରିଛନ୍ତି। ଏପରି ଘଟଣା ଘଟିଛି ନୟାଗଡ଼ର ଅଶ୍ୱସ୍ତପଡ଼ା ଗାଁରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ପୂର୍ବରୁ ଗାଁର ତିନି ପରିବାର ସଦସ୍ୟଙ୍କୁ କଙ୍ଗାରୁ କୋର୍ଟରେ ନିଆଁପାଣି ବାସନ୍ଦ କରାଯାଇଥିଲା। ଏହାସହ ସେମାନଙ୍କ ଗାଁ ଦାଣ୍ଡରେ ଯିବା ମଧ୍ୟ ମନା ଥିଲା। ଗତକାଲି ଡ୍ରେନ୍ ପାଣିକୁ ନେଇ ଏହି ତିନି ପରିବାର ଲୋକଙ୍କର ଅନ୍ୟ ଲୋକଙ୍କ ସହ ବଚସା ହୋଇଥିଲା। ଏହାପରେ ଗାଁ ଲୋକେ ଏକାଠି ହୋଇ ଆକ୍ରମଣ କରିବା ସହ ଘର ଭିତରେ ପଶି ଭଙ୍ଗାରୁଜା କରିବା ସହ ଲକ୍ଷାଧିକ ଟଙ୍କାର ଜିନିଷ ଲୁଟି ନେଇଥିବା ଅଭିଯୋଗ ହୋଇଛି।
https://youtu.be/puzUVSG8Evs