ସମୁଦ୍ରରେ ଛାତ୍ରବୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀର ସମୁଦ୍ରରେ ଗାଧୋଇବା ଭାସିଯାଇଥିବା ଛାତ୍ରଙ୍କ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକମାନେ ହେଲେ ଅବିନାଶ ପ୍ରଧାନ, ଅମିତ କୁମାର ମହାନ୍ତି ଓ ଶୁଭସୌମ୍ୟ ସେନାପତି। ଏମାନେ ସମସ୍ତେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ପିକ୍‌ନିକ୍‌ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି।

୬ଜଣ ଇଂଜିନିୟରିଂ ଛାତ୍ର ସୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ସମସ୍ତ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରଥମେ ଅସ୍ତରଙ୍ଗ ଡାକ୍ତରଖାନା ଓ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏମାନେ ସମସ୍ତେ ଜାହାନିଆକୁ ଏମାନେ ପିକ୍‌ନିକ୍ କରିବାକୁ ଯାଇଥିଲେ।

You might also like