୩ ନକଲି ଅାର୍ଅାଇ ଗିରଫ
ଭୂମିହୀନ ଲୋକଙ୍କୁ ଜମି ଦେବା ନାଁରେ ଠକେଇ
ନୂଅାପଡ଼ା : ନିଜକୁ RIର ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ୩ ଜଣ ଯୁବକ ଗିରଫ। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲାର ଝସକେତନ ତାଣ୍ଡି, ପ୍ରଶାନ୍ତ ତାଣ୍ଡି ଏବଂ ଯଦୁ ଭୁଏ। ନୂଅାପଡ଼ା ଜିଲ୍ଲା କୋମନା ଏବଂ ନୂଅାପଡ଼ା ତହସିଲର ବିଭିନ୍ନ ଗାଁରେ ଭୂମିହୀନ ଲୋକଙ୍କୁ ଘର ଡିହ ଜମି ଓ ଚାଷ ଜମି ଯୋଗାଇ ଦେବା ନାଁରେ ଠକିଥିବା ଅଭିଯୋଗ ରହିଛି ଏମାନଙ୍କ ନାଁରେ।
ଏକ ନିର୍ଦ୍ଦିଷ୍ଟ ଫର୍ମରେ ତଥ୍ୟ ନେଇ ଜଣକା ୧୦୦ ଟଙ୍କା ନେଉଥିଲେ ଆର୍ଆଇ ବୋଲାଉଥିବା ଏଇ ଠକମାନେ। ତେବେ ଠକ ବୋଲି ଲୋକେ ଜାଣିବା ପରେ ଗୋଡାଇ ଗୋଡାଇ ୩ଜଣଙ୍କୁ ଧରି ପୁଲିସ୍ ଜିମାରେ ଦେଇଛନ୍ତି।