ମାଟି ଅତଡ଼ା ଖସି ୩ ମୃତ, ୨ ଗୁରୁତର

କୋରାପୁଟ:କୋରାପୁଟ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର ପଟ୍ଟାଙ୍ଗି ଥାନା ଚନ୍ଦକା ପଞ୍ଚାୟତର ଦଳପତି ଗୁଡା କରଞ୍ଜିଗୁଡ଼ା ପାହାଡ଼ରେ ଚୂନମାଟି ଖୋଳିବାକୁ ଯାଇ ମାଟି ଅତଡ଼ା ଖସି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିଲା ବେଳେ ଜଣେ ପୁରୁଷ ଅଛନ୍ତି। ମୃତ ଅବସ୍ଥାରେ ୩ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ସେହିପରି ଆହତ ୨ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଯାଇଛି। ମୃତକ ଏବଂ ଆହତଙ୍କ ପରିଚୟ ମିଳିପାରି ନାହିଁ। ତେବେ ସାମାନ୍ୟ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ପଟାଙ୍ଗି ଥାନା ଆଇଆଇସି କହିଛନ୍ତି।

ସୂଚନା ଅନୁଯାୟୀ ଦଳପତି ଗୁଡା ଗାଁର ୧୦ ଜଣ ଚୂନମାଟି ଆଣିବାକୁ ପାହାଡ଼କୁ ଯାଇଥିଲେ। ହେଲେ ମାଟି ଖୋଳିବା ବେଳେ ପାହାଡ଼ ଧସି ୫ଜଣ ପୋତି ହୋଇଯାଇଥିଲେ।

You might also like