• translate
Sarbeswar

ପିପିଲି: ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ନିଷ୍ପତ୍ତି ହୋଇଛି। ପିପିଲିରେ ଏଡିଜି ଯଶଓ୍ୱନ୍ତ ଜେଠୱାଙ୍କ ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ହୋଇଛି। ଖୁବ୍ ଶୀଘ୍ର ପିପିଲିକୁ ୩ କଂପାନୀ CAPF ଆସିବା ନେଇ ଜଣାପଡିଛି। ୧୮ ପ୍ଲାଟୁନ OSAP ମୁତୟନ ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।

ସେପଟେ ନିର୍ବାଚନକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେପି। ପୋଲିସ ଏସ୍କର୍ଟରେ ବିଜେଡି ଟଙ୍କା ଯାଉଛି ବୋଲି ବିଜେପି ଅଭିଯୋଗ ମଧ୍ୟ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ବିଜେପି ଏମିତି ସଂଗୀନ ଅଭିଯୋଗ କରିଛି। ପିପିଲି ପାଇଁ ବିଜେଡିର ଟଙ୍କାକୁ ପୋଲିସ ସୁରକ୍ଷା ଦେଉଛି ବୋଲି ବିଜେପି ସିଧାସଳଖ ଅଭିଯୋଗ କରିଛି। ଏନେଇ ବିଜେପି ନେତା ମନମୋହନ ସାମଲ ଓ ଯତୀନ ମହାନ୍ତି ସିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ପିପିଲିରେ ବିଜେଡିର ଟଙ୍କା ନେଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ପରେ ସେହି ଟଙ୍କାକୁ ଅନ୍ୟ ଏକ ଗାଡ଼ିରେ ପୋଲିସ ଏସକର୍ଟରେ ପହଞ୍ଚା ଯାଇଥିଲା ବୋଲି ବିଜେପି କହିଛି। ଏହାସହ ଗାଡ଼ି ନମ୍ବର, ବିଜେଡି ପତାକା ଓ ଟଙ୍କା ବ୍ୟାଗ୍ ଫଟୋ ବି ବିଜେପି ଦେଇଛି। କେବଳ ଏତିକି ନୁହେଁ ବରଂ ଏ ସମ୍ପର୍କରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ନେତା।

ତେବେ ପିପିଲି ତରାକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଗତ ୫ ତାରିଖରେ ଜବତ କରାଯାଇଥିଲା । ଏକ ବାଇକରେ ଯାଉଥିବା ୨ ଯୁବକଙ୍କଠାରୁ ଏହି ବିପୁଳ ପରିମାଣର ଟଙ୍କା ଜବତ କରିଥିଲା ପିପିଲି ପୋଲିସ। ପିପିଲି ଟୋଲଗେଟ୍‌ରେ ପୋଲିସର ରୁଟିନ୍ ଚେକିଂ ବେଳେ ଏକ ନୀଳ ପଲସରରେ ଆସୁଥିବା  ଦୁଇ ଯୁବକଙ୍କୁ ଅଟକାଇଥିଲା ପୋଲିସ। କିନ୍ତୁ ସେମାନେ ନ ଅଟକି ପଳାଇଥିଲେ। ପିପିଲି ପୋଲିସ ପିଛା କରି ଦୁଇ ଜଣଙ୍କୁ ତରାକାଜ ଛକରେ ଧରିଥିଲା ଓ ପରେ ସେମାନଙ୍କଠାରୁ ବିପୁଳ ଟଙ୍କା ଜବତ ହୋଇଥିଲା। ଆଉ ସେହି ଟଙ୍କା ବିଜେପିର ବୋଲି ବିଜେଡ଼ି କହିଥିଲା। ଏହାସହ ବିଜେପି ଅନେକ ବାର ଏଭଳି ଆଚରଣ ଦେଖାଇଥିବା ଅଭିଯୋଗ ସହ ପିପିଲିରେ ନିର୍ବାଚନକୁ ଅବାଧ କରିବା ଏବଂ ପୋଲିସ୍ ବଳ ବଢ଼ାଇବାକୁ ଦଳ ପକ୍ଷରୁ ଦାବି ବି କରାଯାଇଥିଲା। ଆସନ୍ତ ୧୭ ତାରିଖରେ ପିପିଲିରେ ନିର୍ବାଚନ ହେବ। ଆଉ ନିର୍ବାଚନ ହେବା ପୂର୍ବରୁ ପୁଣି ଥରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

 

Other Stories

  • Police Commander Sanjya Potam
    Odisha Police ମାଓ କମାଣ୍ଡର ଏବେ ପୋଲିସ ଇନ୍ସପେକ୍ଟର

    ଯେଉଁ ଏକେ ୪୭ ରାଇଫଲ୍‌କୁ ଧରି ସେ ପୋଲିସ୍ ବିରୋଧରେ ଲଢୁଥିଲେ। ତାକୁ ମୁହାଁଇଦେଲେ ନିଜ ସାଥୀ ମାଓବାଦୀଙ୍କ ଆଡ଼େ। ବଦଳିଗଲା ଟାର୍ଗେଟ୍, ନିଜ ପୁରୁଣା ସଂଗଠନର ସବୁ ଗୁପ୍ତ ଠିକଣା, ନେଟ୍ଓ୍ୱର୍କ, ଯୋଜନା ସଂପର୍କରେ ଅବଗତ...

  • Mysterious lake of India
    Special Story ରହସ୍ୟମୟ ହ୍ରଦ; ଏଠାକୁ ଯିଏ ଯାଏ ଆଉ ଫେରେନି

    ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ। କେଉଁ କେଉଁ ସ୍ଥାନ ଏଲିଏନ୍ କାରଣରୁ ତ ପୁଣି କେଉଁ ସ୍ଥାନ ଭୂତମାନଙ୍କ କାରଣରୁ ରହସ୍ୟମୟ ଭାବରେ ବିବେଚନା କରାଯାଏ। ଭାରତରେ ମଧ୍ୟ ଏପରି ଏକ ହ୍ରଦ ଅଛି ଯାହାର ରହସ୍ୟ...

  • Workout in space
    Science ମହାକାଶରେ ବ୍ୟାୟାମ, ଲୋକେ ଦେଖି ଆଶ୍ଚର୍ଯ୍ୟ

    ଜଣେ ମହାକାଶଚାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ନିଜେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ଟ୍ୱିଟର ଆକାଉଣ୍ଟ @ Thom_astro ଙ୍କ ଦ୍ୱାରା...

  •  Fibre House In Cuttack
    Fibre House In Cuttack ଓଡ଼ିଶାରେ ପ୍ରଥମ: କଟକରେ ପୋର୍ଟେବଲ୍ ଫାଇବର ହାଉସ୍

    ଇଟା, ପଥର ବାଲି ଏବଂ ସିମେଣ୍ଟରେ ତିଆରି ଘରେ ସମସ୍ତେ ରହୁଛନ୍ତି କିନ୍ତୁ ଆପଣ କେବେ ଭାବିଛନ୍ତି କି ଫାଇବରରେ ମଧ୍ୟ ଘର ର୍ନିମାଣ ହୋଇପାରିବ ଏବଂ ମଣିଷ ସେହି ଘରେ ରହିପାରିବ । ହଁ ଆଜ୍ଞା...