ବୁଦା ମୂଳରୁ ଉଦ୍ଧାର ହେଲେ ୩ ଶିଶୁ

ଢେଙ୍କାନାଳ : ବୁଦା ଭିତରୁ ଉଦ୍ଧାର ହେଲେ ତିନି ଶିଶୁ । ଢେଙ୍କାନାଳ ଟାଉନଥାନା ନିକଟ ଏକ ବୁଦା ଭିତରେ ତିନି ଜଣ ଶିଶୁ ଅସହାୟ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।

ଉଦ୍ଧାର ହୋଇଥିବା ଶିଶୁମାନଙ୍କ କହିବା ହେଲା, ସେମାନଙ୍କୁ ତାଙ୍କ ବାପା ମଦ ପିଇ ଅସହ୍ୟ ମାଡ ମାରିଛନ୍ତି । ଫଳରେ ଭୟରେ ସେମାନେ ଘର ଛାଡି ବାହାରେ ବୁଲୁଛନ୍ତି । ତେବେ ପିଲାଙ୍କ ମୁହଁକୁ ପୂରା ଘଟଣା ଶୁଣିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି  ।

You might also like