ଏକ୍ସପାଏରୀ ଔଷଧ ଖାଇ ୩ ପିଲା ଅସୁସ୍ଥ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପ଼ଡ଼ା ବ୍ଲକ୍‌ ଖରିନାସି ଗାଁରେ ଏକ୍ସପାଏରୀ ଔଷଧ ଖାଇ ୩ ପିଲା ଅସୁସ୍ଥ ହୋଇ ପଡ଼ିଛନ୍ତି।
ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ପ୍ରଥମେ ରାମନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ରାସ୍ତାରେ ପଡ଼ିଥିବା ଔଷଧକୁ ଦେଖି ଚକୋଲେଟ୍ ଭାବିକି ପିଲାମାନେ ଖାଇ ଦେଇଥିବା ଆଶଙ୍କା କରାଯାଉଛି।

You might also like