• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପୁରୀ : ବାହୁଡ଼ାରେ ବାହୁଡ଼ିଛନ୍ତି ଶ୍ରୀଜିଉ। ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧା ମୂରତି। ପାଗ ଅନୁକୂଳ ଓ ଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ନିର୍ଦ୍ଧାରିତ ସମୟର ଢେର୍ ପୂର୍ବରୁ ପହଣ୍ଡି ସଂପନ୍ନ ହେବା ସହ ଅାଗୁଅା ଅାରମ୍ଭ ହୋଇଥିଲା ରଥ ଟଣା। ଯେଉଁଥି ପାଇଁ ସନ୍ଧ୍ୟା ସୁଦ୍ଧା ସିଂହଦ୍ୱାରରେ ଲାଗିଛନ୍ତି। ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ।

ଗତକାଲିର ଲଗାଣ ବର୍ଷା ସତ୍ୱେ ଅାଜି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବାକୁ ପହଞ୍ଚିଥିଲେ ଶ୍ରୀକ୍ଷେତ୍ରରେ। ଅାଡପ ମଣ୍ଡପରେ ଠାକୁରମାନଙ୍କ ନୀତିକାନ୍ତି ସରିବା ପରେ ସଅଳ ଅାରମ୍ଭ ହୋଇଥିଲା ପହଣ୍ଡି। ସକାଳ ୯ଟା ବେଳେ, ଧାର୍ଯ୍ୟ ସମୟଠାରୁ ପ୍ରାୟ ୩ ଘଣ୍ଟା ପୂର୍ବରୁ ଅାରମ୍ଭ ହୋଇଥିଲା ପହଣ୍ଡି ନୀତି। ନାକଚଣା ଦ୍ୱାର ଦେଇ ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଅା ହଲାଇ ଝୁଲି ଝୁଲି ଅାସି ରଥରେ ବିଜେ କରିଥିଲେ।

କାଳିଅା ଠାକୁର ଦିନ ୧୨ଟା ୨୦ରେ ଛେରା ପହଁରା କରିଥିଲେ। ଗଜପତି ମହାରାଜ ଚାରମାଳ ଫିଟା ଓ ଘୋଡ଼ା ଯୋଚା ସରିବା ମାତ୍ରେ ନିର୍ଦ୍ଧାରିତ ସମୟର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଅାରମ୍ଭ ହୋଇଥିଲା ରଥଟଣା।

Three-chariots-reached-in-singhadwar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories