ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ସୋଶାଲ୍ ମିଡିଆରେ ଧମକ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ। ସୋଶାଲ୍ ମିଡିଆରେ ସବ୍ୟସାଚୀଙ୍କୁ ଧମକ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ। ଧାରା ୩୭୦ ଉଚ୍ଛେଦକୁ ନେଇ ସୋଶାଲ ମିଡିଆରେ ନିଜ ମତ ରଖିଥିଲେ। ତେବେ ଏହାକୁ ନେଇ କିଛି ବ୍ୟକ୍ତି ଓ ସଂଗଠନ ତାଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଧମକ ଦେଇଛନ୍ତି।

ତାଙ୍କ ସୋଶାଲ ମିଡିଆ ସାଇଟ୍‌କୁ ହାକ୍ କରିବାକୁ ଏହି ସବୁ ପୋଷ୍ଟରେ ଦର୍ଶାଯାଇଛି। ଖାଲି ସୋଶାଲ୍ ମିଡିଆରେ ନୁହେଁ ମୋବାଇଲ୍ ମେସେଜ୍‌ରେ ଧମକ ବି ମିଳିଥିବା ସେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଭୁବନେଶ୍ୱର ଡିସିପିଙ୍କୁ ଭେଟିଛନ୍ତି ସବ୍ୟସାଚୀ।

You might also like