ଆରଡ଼ି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଭଦ୍ରକ : ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ୨୦୧୯। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର। ବର୍ଷର ପ୍ରଥମ ଦିନରେ କିଏ ମନ୍ଦିର ଯାଇ ଠାକୁର ଦର୍ଶନ କରୁଛି ତ ପୁଣି କିଏ ବେଳାଭୂମି ଯାଇ ଉଦିତ ସୂର୍ଯ୍ୟର ଦର୍ଶନ କରିଛନ୍ତି।

ଏହି ଅବସରରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ  ବାବା ଆଖଣ୍ଡଳମଣି ବା ଆରଡ଼ି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।ବର୍ଷର ପ୍ରଥମ ଦିନରେ ବାବାଙ୍କ ଠାରେ କ୍ଷୀର ଢାଳିବା ସହ ଦୀପ ଜାଳି ଭକ୍ତ ନୂତନ ଭାବେ ବର୍ଷର ଆରମ୍ଭ କରିଛନ୍ତି।

You might also like