• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ପବିତ୍ର ସ୍ନାନ ଯାତ୍ରାରୁ ନୀଳାଦ୍ରି ବିଜେ। ଦୀର୍ଘ ୧ ମାସ ବ୍ୟାପୀ ହେବାକୁ ଥିବା ଶ୍ରୀଜିଉଙ୍କ ସମସ୍ତ ଯାତ୍ରା ଓ ନୀତିକାନ୍ତି ପାଇଁ ଧାର୍ଯ୍ୟ ହୋଇଛି ନୀତି ନିର୍ଘଣ୍ଟ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗର ଭର୍ଚୁଆଲ ବୈଠକରେ ନୀତି ନିର୍ଘଣ୍ଟ ଉପରେ ମୋହର ଲାଗିଛି। ଆସନ୍ତା ଗୁରୁବାର ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନଯାତ୍ରା ଲାଗି ବୁଧବାର ରାତି ଗୋଟାଏରୁ ଭୋର୍ ୪ଟା ମଧ୍ୟରେ ପହଣ୍ତି ବିଜେ ନୀତି ସଂପନ୍ନ ହେବ। ସକାଳ ୭ଟା ୩୦ ରୁ ୯ଟା ୩୦ ମଧ୍ୟରେ ଜଳବିଜେ ଓ ସ୍ନାନ, ୧୦ଟା ୩୦ରେ ଛେରାପହଁରା, ଦିନ ୧୧ ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ତିନିଠାକୁରଙ୍କ ହାତୀବେଶ ଅନୁଷ୍ଠିତ ହେବ। ସଂଧ୍ୟା ୫ଟାରୁ ୮ଟା ମଧ୍ୟରେ ବାହୁଡ଼ା ପହଣ୍ଡି ହୋଇ ଶ୍ରୀଜୀଉ ଅଣସର ପିଣ୍ଡିରେ ବିଜେ କରିବେ।

ସେହିଭଳି ଜୁଲାଇ ୧୨ ତାରିଖରେ ହେବାକୁ ଥିବା ଶ୍ରୀଗୁଣ୍ଡିଚା ଯାତ୍ରା ଲାଗି ସମସ୍ତ ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ୮ଟାରେ ରଥ ପ୍ରତିଷ୍ଠା, ୮ଟା୩୦ରେ ପହଣ୍ତି, ୨ଟାରେ ଛେରାପହଁରା ଓ ଅପରାହ୍ଣ ୩ଟାରେ ରଥଟଣା ଲାଗି ସମୟ ଧାର୍ଯ୍ୟ ହୋଇଛି। ଜୁଲାଇ ୨୦ରେ ବାହୁଡା ଯାତ୍ରା ଦିନ ପହଣ୍ତି ୧୨ ଟା ୩୦ ରୁ ୨ଟା ୩୦ରେ ଶେଷ ହୋଇ ୪ଟାରେ ରଥଟଣା ଯିବ। ସେହିପରି ଜୁଲାଇ ୨୧ରେ ଅପରାହ୍ଣ ୪ଟାରୁ ସାଢ଼େ ୫ଟା ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ ହୋଇ ରାତି ୧୧ଟାରୁ ବେଶ ଓଲାଗି ହେବ। ଜୁଲାଇ ୨୩ରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ଗତବର୍ଷ ଭଳି ଏଥର ବି କୋଭିଡ୍‌ର କଡ଼ା କଟକଣା ଓ ବିନା ଭକ୍ତରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଯାତ୍ରା ପୂର୍ବରୁ ଏଥିରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତଙ୍କର ଆରଟିପିସିଆର୍ କୋଭିଡ୍ ଟେଷ୍ଟ ସହ ସେମାନଙ୍କ ଲାଗି ୨ଟି ଯାକ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି।ଏହି କ୍ରମରେ ଆଜି ସେବାୟତମାନଙ୍କର ପ୍ରଥମ ପର୍ଯ୍ୟାୟ RTPCR ଟେଷ୍ଟ କରାଯାଇଛି।

ସେପଟେ ଛତିଶାନିଯୋଗର ନିଷ୍ପତ୍ତି ଅନୁସାରେ ଏଥର ବି ପୂର୍ବଥର ଭଳି କେବଳ ସେବାୟତମାନେ ହିଁ ରଥ ଟାଣିବେ। ଭକ୍ତଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିବାରୁ ଶ୍ରୀମନ୍ଦିର ଚତୁପାର୍ଶ୍ୱ ଓ ବଡଦାଣ୍ଡରେ କର୍ଫ୍ୟୁ ଭଳି କଟକଣା ଲଗାଯିବ। ଭକ୍ତମାନେ କେବଳ ଟେଲିଭିଜନ ଜରିଆରେ ହିଁ ମହାପ୍ରଭୁଙ୍କ ସମସ୍ତ ଲୀଳାର ସିଧା ପ୍ରସାରଣ ଦେଖିପାରିବେ। ଛତିଶା ନିଯୋଗର ଏହି ଭର୍ଚୁଆଲ ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍ପି, ସମସ୍ତ ନିଯୋଗର କର୍ମକର୍ତ୍ତା ସାମିଲ ହୋଇଥିଲେ।

ରିପୋର୍ଟ: ମଧୁସୂଦନ ମିଶ୍ର ଓ ପ୍ରଦୀପ ମହାନ୍ତି
This-year-ratha-yatra-celebrated-without-devotee
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories