କଟକରେ ସାର୍ବଜନୀନ ଗଣେଶ ପୂଜାକୁ ମିଳିବନି ଅନୁମତି: ଡିସିପି
କଟକ: ଚଳିତ ବର୍ଷ କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ। କଟକ ଡିସିପି ପ୍ରତୀକ ସିଂହ ଆଜି ଏହା ସ୍ପଷ୍ଟ କରିଛନ୍ତି। ସାଂପ୍ରତିକ କରୋନା ପରିସ୍ଥିତି ଦେଖି ଅନୁମତି ଦିଆଯାଇପାରିବ ନାହିଁ ବୋଲି ଡିସିପି କହିଛନ୍ତି।
ସୂଚନାଥାଉ କି, ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା। ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଏହି ମାମଲା କରାଯାଇଥିଲା। ତେବେ କୋର୍ଟ ମାମଲାକୁ ଖାରଜ କରି ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଥିଲେ।