୭ ଦିନରେ ୨୪ କରୋନା ପଜିଟିଭ୍ ଚିହ୍ନଟ, କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହେଲା ଏହି ଗାଁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍ ଅନ୍ତର୍ଗତ ବଡ଼ଝାର ଗାଁରେ ୭ ଦିନ ମଧ୍ୟରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗାଁକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଗୋଷ୍ଠୀ ସଂକ୍ରମଣ ଏଡାଇବାକୁ ସବୁ ପ୍ରବେଶ ପଥକୁ ବାଉଁଶ ବାନ୍ଧି ସିଲ୍ କରି ଦିଆଯାଇଛି।
ମାର୍ଚ୍ଚ ୨୩ରୁ ଗତକାଲି ସୁଦ୍ଧା ୭ ଦିନ ମଧ୍ୟରେ ଆଣ୍ଟିଜେନ୍ ଟେଷ୍ଟ୍ରେ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୌଣସି ଆକ୍ରାନ୍ତ ଗାଁ ବାହାରକୁ ଯାଇ ନଥିବା ବେଳେ କେମିତି ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେଲେ ସେ ନେଇ ଏବେ ଯାଞ୍ଚ କରାଯାଉଛି। ନିୟମ ଅନୁଯାୟୀ,ବଡଝାର ଗାଁ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୭୪ କ୍ୱାରେଣ୍ଟିନରେ ଥିବାବେଳେ ୧୨୩ ଲୋକାଲ କେସ୍ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଳାହାଣ୍ଡି ଜିଲ୍ଲାରୁ ସର୍ବାଧତ୍କ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।