ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହେବ ଏହି ଟ୍ରାଫିକ ନିୟମ

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଟ୍ରାଫିକ୍‌ର ଆଉ ଏକ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହି ନିୟମଟି ହେଲା ମୋଟରସାଇକେଲ୍‌ ପଛରେ ବସୁଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିବେ। ସେହିପରି କାର୍‌ରେ ସବୁ ଯାତ୍ରୀ ମଧ୍ୟ ସିଟ୍‌ ବେଲ୍ଟ ପିନ୍ଧିବେ। ଏହା ବାଧ୍ୟତାମୂଳକ ବୋଲି ମନ୍ତ୍ରୀ କହିଛନ୍ତି। ଆସନ୍ତା ମାର୍ଚ୍ଚ ପହିଲାରୁ ଏହି ନିୟମ କାର୍ଯ୍ୟକାରୀ ହେବ।

ସେପଟେ ୩ ମାସର ସମୟ ପୂରଣ ହେବା ପରେ ଯାଞ୍ଚ କଡ଼ାକଡ଼ି କରାଯିବ। ଏହାସହ ଜରିମାନା ରାଶି ମଧ୍ୟ କମ୍ କରାଯିବନି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।  ଦିଲ୍ଲୀ ସଡ଼କ ସୁରକ୍ଷା ବୈଠକରୁ ଫେରିବା ପରେ ମନ୍ତ୍ରୀ ପଦ୍ମନାଭଙ୍କ ପ୍ରତିକ୍ରିୟା ରଖି ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ପ୍ରତି ୩୦ କିଲୋମିଟର ମଧ୍ୟରେ ରହିବ ମୋବାଇଲ ସ୍କ୍ୱାଡ୍‌। ଏ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ତେବେ ଆର୍ଥିକ ସହାୟତା ମିଳିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

You might also like