ଏଥର ଅତିପାଖରୁ ପତିତପାବନ ଦର୍ଶନ

ପୁରୀ: ଏଥର ଅତିପାଖରୁ ପତିତପାବନ ଦର୍ଶନ। ପତିତପାବନଙ୍କୁ ଅତି ପାଖରୁ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି। ସୁବିଧା ଦର୍ଶନ ଲାଗି ବ୍ୟାରିକେଡ୍‌କୁ ପ୍ରାୟ ୨୦ ଫୁଟ ଘୁଞ୍ଚାଇ ଦିଆଯାଇଛି।

ବ୍ୟାରିକେଡ୍ ଘୁଞ୍ଚିବା ଯୋଗୁଁ ସିଂହଦ୍ୱାରର ଅତିପାଖରୁ ପତିତପାବନଙ୍କୁ ଦର୍ଶନ କରିହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପଟେ ଥିବା ବ୍ୟାରିକେଟ ଦେଇ ପ୍ରବେଶ କରିହେବ।

ବାଲିସାହି ପଟୁ ଆସୁଥିବା ଭକ୍ତ କାକୁଡ଼ିଖାଇ ରାସ୍ତାରେ ପ୍ରବେଶ କରିପାରିବେ। ଦର୍ଶନ ସାରି ଭକ୍ତ ଯେଉଁପଟୁ ଯାଇଥିଲେ ସେହିପଟେ ଫେରିପାରିବେ। ଦର୍ଶନ ସାରି ଭକ୍ତ କାକୁଡ଼ିଖାଇ ଛକ ଦେଇ ମଧ୍ୟ ଫେରିପାରିବେ। କରୋନା କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି।

You might also like