୨୨ରୁ ୨୯ ତାରିଖ ଯାଏ ୫ ଜିଲ୍ଲା ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌

ଭୁବନେଶ୍ୱର: କରୋନା ପାଇଁ ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ ୫ଟି ଜିଲ୍ଲା ସମେତ ଓ ୮ ସହରକୁ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଜିଲ୍ଲାକୁ ଗୁଡ଼ିକ ହେଲା- ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ।

ଉପରୋକ୍ତ ଜିଲ୍ଲାକୁ ଛାଡ଼ିଦେଲେ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଓ ରାଉରକେଲା ସହର ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି।

କାଲି ସକାଳ ୭ଟାରୁ  ଲକ୍ ଡାଉନ୍ ଆରମ୍ଭ ହୋଇ ମାର୍ଚ୍ଚ ୨୯ ରାତି ୯ଟାରେ ଶେଷ ହେବ।
ରାଜଧାନୀ ସମେତ ରାଜ୍ୟ ୪୦ ପ୍ରତିଶତ ସ୍ଥାନରେ ୭ ଦିନ ପାଇଁ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

You might also like