ବି ଟେକ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ : ଉଡା ଚଢେଇ ଦେଖି ଉଡେଇଲେ ଫାଇଟର ଜେଟ୍

ନିଶା ନୂଆ ନୂଆ ଉଦ୍ଭାବନ, ଆଶା ବୈଜ୍ଞାନିକ ହେବା

ସୁନାଖଳାର ଅଂଶୁମାନ ନିର୍ମାଣ କରିଛନ୍ତି ରିମୋଟ୍ ଡ୍ରୋନ୍

ଆଗକୁ ଇସ୍ରୋ କିମ୍ବା DRDOରେ କାମ କରିବାକୁ ଲକ୍ଷ୍ୟ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବି ଟେକ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ। ରିମୋଟ  କଣ୍ଟ୍ରୋଲ ଦ୍ୱାରା ଫାଇଟର ଜେଟ ଉଡାଇ ସମସ୍ତଙ୍କୁ ଚକିତ କରିଛନ୍ତି । ଏହା ବ୍ୟତୀତ ଜଳ ଜାହାଜ, ରୋବର୍ଟ ଆଦି ନିର୍ମାଣ କରିଛନ୍ତି ସୁନାଖଳାର ଅଂଶୁମାନ ।  ଲକ୍ଷ୍ୟ ଜଣେ ସଫଳ ବୈଜ୍ଞାନିକ ହୋଇ DRDO ରେ କାମ କରିବା। କେବଳ ଏତିକି ନୁହେଁ ପୂର୍ବରୁ କରୋନା ପାଇଁ ସେଫ୍ଟି ଡିଭାଇସ କ୍ୟାପ ମଧ୍ୟ ଅନେକ ଉଦ୍ଭାବନ କରିଛନ୍ତି । ଆଗକୁ ସ୍ୱୟଂ କଥା କୁହା ରୋବର୍ଟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି  । ହେଲେ ଏଥି ପାଇଁ ଅର୍ଥ ସାଜିଛି  ବାଧକ, ସହାୟତା ମିଳିଲେ ସେ ନିଜର ଉଦ୍ଭାବନାକୁ ସଫଳ ରୂପ ଦେଇପାରନ୍ତେ ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର ଯୁବକ ଅଂଶୁମାନ ମିଶ୍ର । ମଫସଲ ଗାଁର ଯୁବ ଇଞ୍ଜିନିୟର । ଆଶା ଜଣେ ସଫଳ ବୈଜ୍ଞାନିକ ହେବ ଆଉ ନିଶା ନୂଆ ନୂଆ ଉଦ୍ଭାବନ । ବୟସ ମାତ୍ର ୧୮ ବର୍ଷ, ହେଲେ ଏହି ବୟସରେ ସେ ଉଦ୍ଭାବନ କଲେଣି ଡ୍ରୋନ, ଶୁଦ୍ଧଜାହାଜ ଓ ରୋବୋର୍ଟ ଭଳି ଉପକରଣ । ଅଂଶୁମାନ ବର୍ତ୍ତମାନ ଏକ ଘରୋଇ  କଲେଜରେ ବି-ଟେକର ପ୍ରଥମ ବର୍ଷର ଛାତ୍ର । ପିଲାଟି ଦିନରୁ ବିଜ୍ଞାନ ମେଳା ପାଇଁ ପ୍ରୋଜେକ୍ଟ ପ୍ରସ୍ତୁତ କରି ବେଶ ପୁରସ୍କାର ପାଇଛନ୍ତି ଅଂଶୁମାନ । ଦୁଇ ଥର ବିଜ୍ଞାନ ମେଳାରେ ଜିଲ୍ଲା ଟପର ମଧ୍ୟ ହୋଇଛନ୍ତି । ଅଂଶୁମାନ ସ୍କୁଲ ରୁ ଘରକୁ ଆସିବା ପରେ ଖେଳ ବୁଲା ନକରି ଲାଗି ପଡନ୍ତି ନୂଆ ଉଦ୍ଭାବନରେ ।

ପିଲାଦିନରୁ ନୂଆ ଉଦ୍ଭାବନା ତାଙ୍କର ପ୍ରଥମ ଲକ୍ଷ୍ୟ ଭବିଷ୍ୟତରେ DRDOରେ କାମ କରି ଦେଶ ପାଇଁ କିଛି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଅଂଶୁମାନଙ୍କ ଏଭଳି ଉଦ୍ଭାବନାରେ ବାଧକ ସାଜୁଛି ଅର୍ଥ । ନୂଆ ଯନ୍ତ୍ରପାତି ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଇ ଦେଲେ ସେ ଅନେକ ଉଦ୍ଭାବନା କରିପାରିବେ ବୋଲି କହିଛନ୍ତି ।

 

 

You might also like