ସର୍ବଶିକ୍ଷା ଅଭିଯାନର ବିକଳ ଚିତ୍ର
ବରଗଡ଼: ଭୂତକୋଠି ପାଲଟିଛି ସ୍କୁଲଘର। କାନ୍ଥ ଫାଟି ଆଁ କରିଥିବାବେଳେ ମୁଣ୍ଡ ଉପରୁ ଉଡ଼ିଯାଇଛି ଆଜ୍ବେଷ୍ଟସ। ବରଗଡ଼ ଜିଲା ଭଟଲି ବ୍ଲକ୍ ଜାମବାହାଲି ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା। ୩ ବର୍ଷ ହେଲା ସ୍କୁଲଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିବାରୁ ଜଙ୍ଗଲ ବିଭାଗର କେନ୍ଦୁପତ୍ର ଫଡ଼ିଘର ବାରଣ୍ଡାରେ ଚାଲୁଛି ଶିକ୍ଷାଦାନ ବ୍ୟବସ୍ଥା। ତେବେ ନୂଅା ସ୍କୁଲ ଘର ପାଇଁ ଗାଁଲୋକ ବାରମ୍ବାର ଜିଲା ପ୍ରଶାସନକୁ ଅବଗତ କରାଇଥିଲେ ବି କେବଳ ପ୍ରତିଶ୍ରୁତି ଛଡ଼ା ଅାଉ କିଛି ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ବରଗଡ଼ ବ୍ଲକ୍ ଶିକ୍ଷାଧିକାରୀ କହିଛନ୍ତି, ଖୁବ୍ ଶୀଘ୍ର ପଦକ୍ଷେପ ନିଅାଯିବ।
ସେପଟେ ନୂଅାପଡ଼ା ଜିଲା ସିନାପାଲି ବ୍ଳକ୍ କଇଁଟପଦର ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲ ବି ସମସ୍ୟା ଘେରରେ। ଶ୍ରେଣୀଗୃହ ଅଭାବରୁ ୨ ଟି କୋଠରୀରେ ୮ଟି ଶ୍ରେଣୀର ପିଲା ପାଠ ପଢୁଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକ ଏବଂ ଗାଁଲୋକ ପ୍ରଶାସନକୁ ବାରମ୍ବାର ଜଣାଇଥିଲେବି ସମାଧାନର ବାଟ ଫିଟି ପାରିନି। ଏନେଇ ନୂଅାପଡ଼ା ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ସ୍କୁଲ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ।