୩ ଘଣ୍ଟା ପର୍ଯ୍ୟନ୍ତ ଜୋରସୋରରେ ବହିବ ପବନ: କାଲି ଅପରାହ୍ଣରୁ ପାଗରେ ଆସିବ ସୁଧାର

ସଂଧ୍ୟା ଯାଏ ରହିବ ପବନ ବିପଦ- ମୃତ୍ୟୁଞ୍ଜୟ ମହାପାତ୍ର

  • ସଂଧ୍ୟା ଯାଏ ରହିବ ପବନ ବିପଦ- ମୃତ୍ୟୁଞ୍ଜୟ ମହାପାତ୍ର
  • ୯ଟା ବେଳେ ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି, ୩ ଘଣ୍ଟା ଯାଏ ଧରି ଚାଲିବ ଏହି ପ୍ରକ୍ରିୟା
  • ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ରୁ ୧୫୦ କିମି ପବନ ହେଉଛି
  • ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଏମିତି ବେଗରେ ପବନ ବହିବ
  • ବାଲେଶ୍ୱରରୁ ମୟୂରଭଂଜ ଯାଇ କାଲି ସକାଳ ସୁଦ୍ଧା ଝାଡ଼ଖଣ୍ଡ ଚାଲିଯିବ
  • ତେବେ ଭଦ୍ରକ, ବାଲେଶ୍ୱରରେ ସଂଧ୍ୟା ଯାଏ ରହିବ ପବନ ବିପଦ
  • ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନ କମି କମି ଚାଲିଛି
  • କେନ୍ଦୁଝର ଜିଲ୍ଲାରେ ୬୦ରୁ ୯୦ କିମି ବେଗରେ ପବନ ବହୁଛି
  • କାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ
  • କାଲି ସକାଳ ପରେ ପାଗରେ ସୁଧାର ଆସିବ, ବର୍ଷା ହେବନି
  • ଆଶ୍ରୟସ୍ଥଳୀରେ ରହିଥିବା ଲୋକେ ଏବେ ଘରକୁ ଫେରନ୍ତୁ ନାହିଁ
  • ବିପଦ ଟଳିନି, ବାତ୍ୟା ସରିବା ସୂଚନା ପରେ ଘରକୁ ଫେରନ୍ତୁ

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ଭୁବନେଶ୍ୱର: ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। କହିଲେ, ସକାଳ ୯ ବେଳେ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଗାମୀ ୩ ଘଂଟା ପର୍ଯ୍ୟନ୍ତ ଧରି ଚାଲିବ। ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ ରୁ ୧୫୦ କିମି ପବନ ହେଉଛି। ଆଗାମୀ ୩ ଘଂଟା ପର୍ଯ୍ୟନ୍ତ ପବନ ଏମିତି ଭାବରେ ରହିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।

You might also like