‘ତୃତୀୟ ମହଲା ନିର୍ଦ୍ଦେଶରେ ଚାଲେ ବିଧାନସଭା’ : ଗୁମର ଖୋଲିଲେ ତାରା

ଭୁବନେଶ୍ୱର : ତୃତୀୟ ମହଲା ନିର୍ଦ୍ଦେଶରେ ଚାଲେ ବିଧାନସଭା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗ ନେଇ, ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି।

ତାରା କହିଛନ୍ତି ବାଚସ୍ପତିଙ୍କ ପାଖକୁ ବିଧାୟକ ଓ ମନ୍ତ୍ରୀଙ୍କ ଜରିଆରେ ତୃତୀୟ ମହଲାରୁ ନିର୍ଦ୍ଦେଶ ଆସେ। ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସଙ୍ଗରେ ଗୁମର ଖୋଲି ତାରା କହିଛନ୍ତି, ସେ ଝାମେଲାରେ ପଡ଼ନ୍ତିନି। ଅନ୍ୟ ନେତା କହିବାରୁ ସେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ।

ନିଜକୁ ପକ୍କା କଂଗ୍ରେସିଆ କହି ତାରା ଅନ୍ୟ କୌଣସି ଦଳରେ ସାମିଲ ହେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।

 

 

You might also like