ଉପକୂଳରେ ଅଜବ କୁହୁଡ଼ିର ଗଜବ ରୂପ

ଆଜି ପାରାଦୀପରେ ଦେଖିବାକୁ ମିଳିଛି କୁହୁଡ଼ିର ଅଜବ ରୂପ

ପାରାଦୀପ : ଉପକୂଳରେ ଅଜବ କୁହୁଡ଼ିର ଗଜବ ରୂପ। ସମୁଦ୍ର ପଟୁ ହଠାତ୍ ମାଡ଼ି ଆସୁଛି କୁହୁଡ଼ି। କେଉଁଠି ସକାଳେ ତ ଆଉ କେଉଁଠି ସଂଜ ନଇଁବା ପୂର୍ବରୁ ଛାଇଯାଉଛି ଘନକୁହୁଡିର ଚାଦର।

ପୁରୀ ଏବଂ କୋଣାର୍କ ପରେ ଆଜି ପାରାଦୀପରେ ଦେଖିବାକୁ ମିଳିଛି କୁହୁଡ଼ିର ଅଜବ ରୂପ। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ହଠାତ୍ କୁହୁଡ଼ି ମାଡ଼ି ଆସିଥିଲା ସହର ଭିତରକୁ।

ଫଳରେ ଚାରିଆଡ଼େ କମିଯାଇଥିଲା ଆଲୁଅର ପ୍ରଭାବ। ଅପରାହ୍ନରେ ନିଜ ନିଜର ଯାନବାହନରେ ଲାଇଟ୍ ଜଳାଇ ଯିବାକୁ ପଡ଼ିଥିଲା ଲୋକଙ୍କୁ। ସେହିପରି ସାଧାରଣତନ୍ତ୍ର ଦିବସ ପାଇଁ ଗୋପବନ୍ଧୁ ଷ୍ଟାଡିୟମ୍‌ରେ ଛାତ୍ରଛାତ୍ରୀ ପରେଡ୍ ଅଭ୍ୟାସ କରିପାରିନଥିଲେ।

ତାସହ ପାରାଦୀପ ସମୁଦ୍ରରେ ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବାରୁ ପ୍ରାୟ ଦେଢ଼ଶହ ମତ୍ସ୍ୟଜୀବୀ ଫସିରହିଥିବା ସୂଚନା ମିଳିଛି। ପାଣିପାଗ ବିଭାଗ କହିଛି, ଆସନ୍ତାକାଲି ଯାଏଁ ଏଭଳି କୁହୁଡ଼ି ଜାରି ରହିବ। ୫୦ରୁ ୧୦୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ରହିବ। ଆସନ୍ତାକାଲି ପରେ କୁହୁଡ଼ିର ପ୍ରଭାବ କମିବ ବୋଲି କହିଛି ପାଣିପାଗ ବିଭାଗ।

You might also like