• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଅନେକ ପରିବାର ଘର ଉଜାଡି ଦେଇଛି କରୋନା । ଅନେକ ପିଲାଙ୍କୁ ଅନାଥ କରି ଦେଇଛି । ଅନେକ ବାପା-ମା’ଙ୍କ କୋଳଶୂନ୍ୟ କରି ଦେଇଛି। ପୁଣି କାହାର ମୁହଁରୁ ଆହାର ଛଡେଇ ନେଇଛି ତ କାହା ଉପରେ ବାର୍ଦ୍ଧକ୍ୟରେ ଲଦି ଦେଇଛି ଜୀବନ ଜଞ୍ଜାଳର ବୋଝ। ସବୁକିଛି ଛାରଖାର ହୋଇ ଯାଇଛି। ଜୀବନ ଛଡେଇ ନେଇଛି, ଜୀବିକା ଉଜାଡି ଦେଇଛି ମହାମାରୀ। କରୋନା ସମୟରେ ଅନେକ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି।

ଗୋଟିଏ ଘଟଣା ବାଲେଶ୍ୱର ଜିଲ୍ଲାର।  ବାଲେଶ୍ୱର ସହରରେ ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ୨୧ ଦିନ ପରେ ସ୍ୱାମୀଙ୍କୁ ଝୁରି ଝୁରି ପତ୍ନୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଲେ । ଦୁଇଜଣ ସନ୍ତାନଙ୍କୁ ଅନାଥ କରି ଚାଲିଗଲେ ବାପା-ମା’। ଦୁନିଆ କଣ ଜାଣିବା ପୂର୍ବରୁ ଦୁଇ ପିଲାଙ୍କ ହାତଛାଡି ଚାଲିଗଲେ ବାପାମାଆ। ଏପଟେ ପୁଅବୋହୂଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ବୁଢା ବାପା-ମା’ଙ୍କ ଉପରେ ୨ ଦୁଇ ନାତିନାତୁଣିଙ୍କ ଦାୟିତ୍ୱ। ଏ ପରିଣତ ବୟସରେ କିପରି ସେମାନଙ୍କୁ ମଣିଷ କରିବେ, କ’ଣ ହେବ ସେମାନଙ୍କ ଭବିଷ୍ୟତ ଏହି କଥା ଭାବି ଭାବି ଚିନ୍ତାରେ ପଡ଼ିଛନ୍ତି ବୁଢା ବାପା ଓ ମାଆ।

ପିଲାମାନେ ତାଙ୍କ ପାଖରେ ରହିଲେ ବି ବାପା-ମା’ଙ୍କୁ ଝୁରୁଛନ୍ତି। ରାତି ଅଧରେ ଉଠି ଖୋଜୁଛନ୍ତି। ନାତି-ନାତୁଣୀଙ୍କର ଏପରି ଅବସ୍ଥା ଦେଖି ଜେଜେ ବାପା -ମା’ଙ୍କ  ଆଖିରେ ଲୁହ ରହୁଛି। ମନକୁ କେତେ ବୁଝେଇବେ ? ଏପରି ଦୁଃଖ କ’ଣ ସହିବା ସହଜ ! ତଥାପି ନିରୀହ ପିଲା ଦୁହିଁଙ୍କ ମୁହଁକୁ ଚାହିଁ ମନକୁ ପ୍ରବୋଧନା ଦେଉଛନ୍ତି।

balasore
ନାତି ସହ ଜେଜେବାପା-ଜେଜେ ମା

ସେହିପରି ଆଉ ଗୋଟିଏ ଘଟଣା ସମ୍ବଲପୁର ଜିଲ୍ଲାର। କରୋନାରେ ବାପାମାଆଙ୍କୁ ହରାଇ ଜଣେ ନାବାଳକ ଏବେ ବଞ୍ଚିବାର ରାହା ଖୋଜୁଛନ୍ତି। ସମ୍ବଲପୁର ଧନକଉଡା ବ୍ଲକ ବିଶାଲଖିଣ୍ଡା ଗାଁର ଜଗଦିଶ ଷଣ୍ଢ ଏବଂ ତାଙ୍କ ପତ୍ନୀ ଜୟନ୍ତା । କିଛିଦିନ ତଳେ ଉଭୟେ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସଧୀନ ଅବସ୍ଥାରେ ୫ ଦିନ ବ୍ୟବଧାନରେ ଉଭୟେ ସ୍ୱାମୀ-ସ୍ତ୍ରୀ ଚାଲିଗଲେ। ୧୧ ବର୍ଷର ପୁଅ ହୋଇଗଲା ବାପା-ମା’ ଛେଉଣ୍ଡ। ତେବେ ସବୁଠାରୁ ଦୁଃଖର କଥା, କୁନି ପୁଅଟି ଏ ପର୍ଯ୍ୟନ୍ତ ଜାଣିନି ଯେ ତା’ର ବାପା-ମା’ ଆଉ ନାହାନ୍ତି ବୋଲି। ଏବେ ବି ସେ ଜାଣିଛି, ତା‘ର ବାପା-ମା’ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ବାପା-ମା’ ଡାକ୍ତରଖାନା ଯିବା ପୂର୍ବରୁ ସେ ବଡ ମା’ଙ୍କ ପାଖରେ ରହୁଛି । ବଡ ମା’ ପ୍ରଭାସିନୀ ଷଣ୍ଢ ଅନାଥ ହୋଇଯାଇଥିବା ଏହି କୁନି ପୁଅକୁ ନିଜ ପୁଅ ଭାବେ ଲାଳନ ପାଳନ କରିବେ ବୋଲି କହିଛନ୍ତି ।  ତେବେ ଏହି ପରିବାର ଦିନ ମଜୁରିଆ ହୋଇଥିବାରୁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ଧନକଉଡା ବିଡିଓ ପିଲାର ଲାଳନପାଳନ ପାଇଁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ବାପା-ମା’ଙ୍କୁ ହରାଇ ସମ୍ପର୍କୀୟଙ୍କ ଘରେ ନାବାଳକ

ଖାଲି ଏହି ୩ ଜଣ ଶିଶୁ ନୁହେଁ, ଏମିତି ଅନେକ ପିଲାଙ୍କର ମୁହଁରୁ ସବୁଦିନ ପାଇଁ ହସ ଛଡାଇ ନେଇଛି ମହାମାରୀ କରୋନା।

ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ

ସମ୍ବଲପୁରର ସଂଜୟ ଜେନା

They-became-orphaned-due-to-corona
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories