ଛତୁ ଯୋଗାଉଛି ରୋଜଗାର

ଚାକିରି ପଛରେ ନଧାଇଁ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସ୍ୱାବଲମ୍ବୀ ହେଲେ ଦୁଇ ଯୁବକ

ଚାକିରି ପାଇଁ ନଦୌଡ଼ି ସ୍ୱାବଲମ୍ବୀ ହେଲେ ଯୁବକ

ଟ୍ରେନିଂ ନେଇ ତିଆରି କରୁଛନ୍ତି ଛତୁ ମଞ୍ଜି

ଛତୁ ଚାଷ କରି ରୋଜଗାର କରୁଛନ୍ତି ଘନଶ୍ୟାମ

କେନ୍ଦ୍ରାପଡ଼ା,ବିନିକା(ମନୋଜ ସ୍ୱାଇଁ,ଦିଲ୍ଲୀପ ସାହୁ):ଲୋକେ ଆଜିକାଲି ଚାକିରି ପଛରେ ଧାଇଁ ଧାଇଁ ବାହାରକୁ ଚାଲିଯାଉଛନ୍ତି । କିନ୍ତୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଛତୁ ମଞ୍ଜି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷୋତ୍ତମପୁର ଗାଁର ଗଣେଶ ବେହେରା । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକାର ସଫଳ ଛତୁ ଚାଷୀ ଘନଶ୍ୟାମ ରଣାଙ୍କ ସଫଳତାର କାହାଣୀ ମଧ୍ୟ ପ୍ରେରଣାଦାୟୀ।

କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷୋତ୍ତମପୁର ଗାଁର ଗଣେଶ ବେହେରା । ବିଏ ବିଇଡି ପାସ୍ କରିଛନ୍ତି, କିନ୍ତୁ ଚାକିରି ପଛରେ ନଗୋଡାଇ ଘରେ ପ୍ରସ୍ତୁତ କରୁଛନ୍ତି ଛତୁ ମଞ୍ଜି। ଏଥିପାଇଁ ଓୟୁଏଟିରୁ ପ୍ରଥମେ ଟ୍ରେନିଂ ନେଇଥିଲେ ଗଣେଶ  । ଏହାପରେ ନିଜ ଗାଁରେ ଆରମ୍ଭ କରିଥିଲେ ଛତୁ ମଞ୍ଜି ଉତ୍ପାଦନ । ତାଙ୍କଠୁ ମଞ୍ଜି ନେଇ କେନ୍ଦ୍ରାପଡ଼ା, କଟକ, ଯାଜପୁର ଜିଲ୍ଲାର ବହୁ ଚାଷୀ ଏବେ ଛତୁ କରୁଛନ୍ତି । ଫଳରେ ଗଣେଶ ମାସକୁ ୩୦ ହଜାରରୁ ଅଧିକ ଟଙ୍କା ରୋଜଗାର କରି ଖୁସିରେ ପରିବାର ଚଳାଉଛନ୍ତି । ସରକାରୀ ସ୍ତରରେ ସାହାଯ୍ୟ ମିଳିଲେ ଗଣେଣ ଆଧୁନିକ ପ୍ରଣାଳୀରେ ମଞ୍ଜି ଉତ୍ପାଦନ କରିପାରନ୍ତେ । ତେବେ ଏ ସମ୍ପର୍କରେ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ଜଣାଇବାରୁ ତାଙ୍କୁ ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି ।

ସେହିପରି ଛତୁ ଚାଷ କରି ସ୍ୱାବଲମ୍ବୀ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଙ୍କିଘିର୍ଡିିର ଘନଶ୍ୟାମ ରଣା ନିଜ ଜାଗାରେ ପ୍ରତିଦିନ ୨୦ରୁ ୨୫ କିଲୋ ଛତୁ ଉତ୍ପାଦନ କରୁଛନ୍ତି । ପ୍ରଥମେ ୫ଟି ବେଡଣଷ ଚାଷ ଅଶରମ୍ଭ କରିଥିଲେ, ଏବେ ୫୦ରୁ ଅଧିକ ବେଡଣଷ ଚାଷ କରୁଛନ୍ତି । ଛ‌ତୁ ଚାଷରୁ ଭଲ ରୋଜଗାର କରି ନିଜ ଅଞ୍ଚଳରେ ଜଣେ ସଫଳ ଛତୁ ଚାଷୀ ଭାବେ ଘନଶ୍ୟାମ ବେଶ୍ ଜଣାଶୁଣା । ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ଯେ ଜଣେ ମଣିଷକୁ ସଫଳ କରେ, ତାହା ଗଣେଶ ଓ ଘନଶ୍ୟାମଙ୍କ ଠାରୁ ଶିଖିବା କଥା ।

 

You might also like