ଭୁବନେଶ୍ୱର: ଲକ୍ଡାଉନ୍ ବେଳେ ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲା ରହିବ ଓ କେଉଁ ଦୋକାନ ଖୋଲା ରହିବ ନାହିଁ, ସେନେଇ ବ୍ୟବସାୟୀଙ୍କ ଦ୍ୱନ୍ଦ୍ୱ ଦୂର କରିଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁମତିପ୍ରାପ୍ତ ଦୋକାନ ଖୋଲା ରହିବ। କିନ୍ତୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେବ।
ଏହିସବୁ ଦୋକାନ ଖୋଲା ରହିବ...
- ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।
- ଠେଲା ଟିଫିନ ଷ୍ଟଲ, ଚା’, ପାନ, ଫାଷ୍ଟଫୁଡ୍ ଦୋକାନ ଖୋଲିବା ପାଇଁ ବାରଣ କରାଯାଇଛି।
- ରେଷ୍ଟୁରାଣ୍ଟ ଖୋଲା ରହିବ। କିନ୍ତୁ କେବଳ ହୋମ୍ ଡେଲିଭରି ହେବ।
- ନିର୍ମାଣ ସାମଗ୍ରୀ ଦୋକାନ ବ୍ୟବସାୟୀମାନେ ଖୋଲି ପାରିବେ, ହେଲେ ରାତିରେ ସାମଗ୍ରୀ ନେଲେ ଭଲ ବୋଲି ବିଏମ୍ସି କମିଶନର କହିଛନ୍ତି।
ଏହିସବୁ ଦୋକାନ ଖୋଲା ରହିବ ନାହିଁ...
- ସପିଂ ମଲ୍ ଖୋଲା ରହିବ ନାହିଁ।
- ସେଲୁନ, ସ୍ପା, ଜିମ୍, ମସାଜ ସେଣ୍ଟର ଖୋଲା ରହିବ ନାହିଁ।
ଗୋଟିଏ ଦୋକାନରେ ଏକ ସମୟରେ ୫ ଗ୍ରାହକ ଏକାଠି ହେବା ମନା। ଏବେବି ଲକ୍ଡାଉନ୍ ଜାରି ରହି ଥିବାରୁ ଓ ଭୁବନେଶ୍ୱର ରେଡ୍ ଜୋନ୍ରେ ଆସୁଥିବାରୁ କଟକଣା ବଳବତ୍ତର ରହିବ ବୋଲି ବିଏମ୍ସି କମିଶନର ସ୍ପଷ୍ଟ କରିଛନ୍ତି।
ଆହୁରି ମଧ୍ୟ ପଢ଼ନ୍ତୁ: ଦୋକାନ ଖୋଲିବାକୁ ନେଇ ଜାରି ହେଲା ଗାଇଡ୍ଲାଇନ୍