ଲକ୍ ଡାଉନ୍ ସମୟରେ ଏସବୁ ଖୋଲା ରହିବ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକ୍ ଡାଉନ୍ ନିଷ୍ପତ୍ତି ନେଇଛନ୍ତି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଲକ୍ ଡାଉନରୁ ମୁକ୍ତ ରହିବ। ଏହି ଲକ୍ ଡାଉନ୍ ସମୟରେ ବସ୍, ଟ୍ରେନ୍, ବିମାନସେବା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀର ହୋଲସେଲ୍ ବଜାର ବି ଖୋଲା ରହିବ।

ସେହିପରି ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍ ଖୋଲା ରହିବ। ମ୍ୟୁନିସିପାଲିଟି, ପୋଲିସ, ଅଗ୍ନିଶମ ସେବା ସହ ଓଡ୍ରାଫ, ପାନୀୟ ଜଳ ଓ ବିଦ୍ୟୁତ ସେବା ବି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଖୋଲା ରହିବ।

ପ୍ରକାଶଥାଉକି ଆଜି ୫ଟି ଜିଲ୍ଲା ଓ ୧୦ଟି ସହରକୁ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ  ଆସନ୍ତା ୨୨ରୁ ୨୯ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛିନ୍ତି।

 

 

 

 

You might also like