ରାଜଧାନୀରେ ବନ୍ଦ ରହିବ ଏହି ସବୁ ଶୋ’ରୁମ ଓ ଦୋକାନ
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜନସମାଗମ ରୋକିବାକୁ ରାଜଧାନୀରେ ବନ୍ଦ ରହିବ ସୋ ରୁମ ଓ ଦୋକାନ। ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱରରେ କେଉଁ ସବୁ ଦୋକାନ ବନ୍ଦ ରହିବ ତାହା ସ୍ପଷ୍ଟ କରିଛି ବିଏମସି।
କଣ ବନ୍ଦ ରହିବ?
- ସୁନା ଗହଣା ଶୋରୁମ
- ଇଲେକ୍ଟ୍ରୋନିକ୍ସ ଶୋରୁମ ଓ ଦୋକାନ
- ଚାରି ଚକିଆ, ଅଟୋମୋବାଇଲ, ବାଇସାଇକେଲ ଶୋରୁମ
- କ୍ରୀଡ଼ା ସାମଗ୍ରୀ ଶୋରୁମ
- ଫର୍ଣ୍ଣିଚର ଶୋରୁମ
- ଗୋଦାମ
- ଜୋତା ଓ ବ୍ୟାଗ ଦୋକାନ
- ମାର୍ବଲ ଓ ଟାଇଲ ଗୋଦାମ
- ଘଣ୍ଟା ସୋ ରୁମ ଓ ଦୋକାନ
- ଘର ରଙ୍ଗ ଦୋକାନ ଓ ଶୋରୁମ
- ବହି ଓ ମାଗାଜିନ ଷ୍ଟୋର
- ଗିଫ୍ଟ ଆଇଟମ ଓ ଇନଭିଟେସନ କାର୍ଡ ଷ୍ଟୋର
- ଠିପି ଖୋଲା ମଦ ଦୋକାନ
କଣ ଖୋଲା ରହିବ
- ଗ୍ରୋସରୀ
- ପନିପରିବା ଦୋକାନ
- ଔଷଧ ଦୋକାନ
- କ୍ଷୀର ଦୋକାନ
- ମାଛ, ମାଂସ ଓ ଅଣ୍ଡା ଦୋକାନ