• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସଟ୍‌ଡାଉନ ନେଇ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ, ଆଉ କିଛି ଜିଲ୍ଲାରେ ମଧ୍ୟ ଏହି ସପ୍ତାହାନ୍ତ ସଟ୍‌ଡାଉନ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲା ପ୍ରଶାସନ। ଏହି ଜିଲ୍ଲାଗୁଡ଼ିକ ହେଲା- କୋରାପୁଟ, ବଲାଙ୍ଗିର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରେ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍‌ଡାଉନ ଲାଗୁ ହେବ।

ସେହିଭଳି ବରଗଡ଼ ଜିଲ୍ଲାରେ କେବଳ ସହରାଞ୍ଚଳଗୁଡ଼ିକୁ ଆସନ୍ତା ଶନି ଓ ରବିବାର ସଟ୍‌ଡାଉନ ଘୋଷଣା କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଅନ୍ୟାଦେଶ ପର୍ଯ୍ୟନ୍ତ ଶନି ଓ ରବିବାର ସଟ୍‌ଡାଉନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ ଘୋଷଣା କରାଯାଇଥିଲା। ସେପଟେ କଟକ ମହାନଗର ନିଗମ ଅଫିସ୍‌କୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଆସିବାକୁ ବାରଣ କରାଯାଇଛି।

These-districts-will-shutdown-in-weekend-saturday-and-sunday
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories