• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁରୀ (ମଧୁସୁଦନ ମିଶ୍ର) : ଆଉ ମାତ୍ର ଦିନକର ବ୍ୟବଧାନ, ବିନା କୋଭିଡ଼୍ ରିପୋର୍ଟରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ଭକ୍ତ । ବଡଠାକୁରଙ୍କ ଦର୍ଶନ ନପାଇ ଆସନ୍ତାକାଲି ଠାରୁ କାଳିଆ ଦୁଆରୁ ଭକ୍ତ ଆଉ ମନଦୁଃଖରେ ଫେରି ଯିବନି ।  ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସଓପି ମାନି ଭଗବାନଙ୍କ ନିକଟକୁ ଯାଇପାରିବେ ଶ୍ରଦ୍ଧାଳୁ  । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବରୁ ଦର୍ଶନ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ଦରକାର ପଡୁଥିଲା କିନ୍ତୁ ଆସନ୍ତାକାଲି ଠାରୁ ଏହି କଟକଣା ହଟିବା ସହ ଆଗକୁ ଆଉ କୋଭିଡ଼୍ ନେଗେଟିଭ୍ ରିପୋର୍ଟ ଦେଖାଇବା ଆଉ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି  ।

ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ପୁରୀ ଏସପି, ଡିଆଇଜି ସମୀକ୍ଷା କରି କିଭଳି ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇ ପାରିବ ସେ ନେଇ ଆଲୋଚନା କରିଛନ୍ତି । ପୁରୀ ବାସିନ୍ଦାଙ୍କ ପାଇଁ ସକାଳ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ପରେ ସାଧାରଣ ଭକ୍ତ ମାନେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ ଏଥିଲାଗି ସେବାୟତଙ୍କ ସହ ମଧ୍ୟ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଥର୍ମାଲ ସ୍କାନିଂ ଏବଂ ମନ୍ଦିର ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ଥର୍ମାଲ ସ୍କାନିଂରେ ଯାହାର ଜ୍ୱରର ମାତ୍ରା ଅଧିକ କିମ୍ବା ୧୦୦ ଫାରାନାଇଟ ଉପରେ ରହିବ, ସେମାନେ ଦର୍ଶନ ପାଇଁ ଯାଇପାରିବେ ନାହିଁ ।

ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୁରୀରେ ମୁତୟନ ୨୬ ପ୍ଲାଟୁନ ଫୋର୍ସ  ହୋଇଛନ୍ତି ।୨ ଆଡିସନାଲ ଏସପି, ୭ ଡିଏସପି ଏବଂ ୨୦ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।

Thermal-screeninhg-before-entering-to-puri-temple
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories