• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଆସନ୍ତାକାଲିର ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ପ୍ରେସମିଟରେ କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ଭୋଟିଂ ହେବ। ବୁଥ୍ ସଂଖ୍ୟା ବଢ଼ିଛି, ଗୋଟିଏ ବୁଥ୍‌ରେ ୧ ହଜାର ଭୋଟର ଭୋଟ୍ ଦେବେ ବୋଲି ସେ ସୂଚନା ଦେଇଛନ୍ତି।

ଭୋଟିଂ ପୂର୍ବରୁ ସମସ୍ତ ପୋଲିଂ ବୁଥ୍ ସାନିଟାଇଜ କରାଯିବ। ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ ହେବ, ତାପମାତ୍ରା ଅଧିକ ଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ଟୋକନ। ଶେଷରେ ଆସି ସେମାନେ ଭୋଟ୍ ଦେଇପାରିବେ। ଯେଉଁ ମତଦାତାଙ୍କ ପାଖରେ ଭୋଟର୍ କାର୍ଡ ନଥିବ, ସେମାନେ ଅନ୍ୟ ୧୧ଟି ପରିଚୟ ପତ୍ର ବ୍ୟବହାର କରିପାରିବେ।

ଡ୍ୟୁଟିରେ ଥିବା ଅଫିସରଙ୍କୁ ପିପିଇ କିଟ୍ ଦିଆଯାଇଥିବାବେଳେ ଭୋଟରଙ୍କୁ ବି ଗ୍ଲୋଭସ୍ ଦିଆଯିବ। ବାଲେଶ୍ୱରରେ ୮୬ଟି ଏବଂ ତିର୍ତ୍ତୋଲରେ ୧୫୫ଟି ସମ୍ବେଦନଶୀଳ ବୁଥ୍ ରହିଛି। ୬ କଂପାନୀ ସେଣ୍ଟ୍ରାଲ ଫୋର୍ସ ଏବଂ ୨୫୧ ପୋଲିସ ଅଫିସର ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

Thermal-screening-mandatory-for-all-voters
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories