ଉଜୁଡିଛି ବାଲୁଖଣ୍ଡ, ଚମକ ହରାଇଛଇ ଚନ୍ଦକା, ନଷ୍ଟ ହୋଇଛି ବରୁଣେଇର ସାଗୁଆନ ଜଙ୍ଗଲ଼

ଭୁବନେଶ୍ୱର: ବାତ୍ୟା ମାଡ଼ରେ ଧ୍ୱସ୍ତବିଧ୍ୱଂସ୍ତ ବନ୍ୟ ସଂପଦ। ଫୋନି ବାତ୍ୟା, ଏମିତି ପିଟିଛି ଯେ, ବିରାଟକାୟ ଦ୍ରୁମ ହେଉ କି କ୍ଷୁଦ୍ର, ମଜଭୁତ ହେଉ କି ଦୁର୍ବଳ, କାହରିକୁ ବି ଛାଡି ନାହିଁ । ବାତ୍ୟା ମାଡ଼ ହୋଇଥିବା ପୁରୀର ବାଲୁଖଣ୍ଡ ହେଉକି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କିମ୍ବା ଖୋର୍ଦ୍ଧାର ଐତିହାସିକ ବରୁଣେଇ ଏସମସ୍ତ ବନଖଣ୍ଡ ଏବେ  ଶ୍ରୀହୀନ। ଅନ୍ୟପକ୍ଷରେ ଏସବୁ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଅବସ୍ଥା କଣ ତାହା ବି ଜଣାପଡୁନି ।

ସମ୍ପୁର୍ଣ୍ଣ ଭାବେ ଉଜୁଡି ଯାଇଛି ଫୋନି ଲ୍ୟାଣ୍ଡଫଲ କରିଥିବା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ। ସବୁଜ ବନାନୀରେ ଭର୍ତ୍ତି ଏହି ଜଙ୍ଗଲ ଏବେ ଶ୍ରହୀନ ଦିଶୁଛି। ଅଭୟାରଣ୍ୟର  ୮୦ ପ୍ରତିଶତ ଗଛ ଭାଙ୍ଗି ଯାଇଥିବା ଡିଏଫ୍ଓ କହିଛନ୍ତି । ଅଭୟାରଣ୍ୟରେ ଥିବା ୪ ହଜାରରୁ ଅଧିକ ହରିଣଙ୍କର ପତ୍ତା ମିଳୁନାହିଁ । ସେମାନେ ନିକଟବର୍ତ୍ତୀ ବଣବୁଦାକୁ ଚାଲିଯାଇଥିବା ବନବିଭାଗ ଅଧିକାରୀ ଅନୁମାନ କରୁଥିବା ବେଳେ ଏଠାକାର କୌଣସି ଜଙ୍ଗଲୀ ଜୀବ ମୃତାହତ ହୋଇ ନ ଥିବା କହିଛନ୍ତି। ତେବେ ଜଙ୍ଗଲ ଆଉ ପୂର୍ବ ସ୍ଥିତିକୁ ଫେରିପାରିବ ନା ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏପଟେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ବ୍ୟାପକ କ୍ଷୟକ୍ଷତି ହୋଇଛି। ହଜାର ହଜାରେ ସଂଖ୍ୟାରେ ଗଛ ଉପୁଡି ମାଟିରେ ଲୋଟୁଛି । ଅଭୟାରଣ୍ୟର ହାତୀ ନନ୍ଦ ଆଉ ଯଶୋଦା ଏଥର ବାତ୍ୟାକୁ ପ୍ରତ୍ୟକ୍ଷ କରିଛନ୍ତି। ତେବେ ଜଙ୍ଗଲ ଉଜୁଡି ଯିବା ପରେ ଅଭୟାରଣ୍ୟ କର୍ମଚାରୀ ଉଭୟଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ତେବେ ଅନ୍ୟ ଜୀବଜନ୍ତୁଙ୍କ ଅବସ୍ଥା କଣ ଅଛି ତାହା କହିବା ମୁସ୍କିଲା ।ବହୁ ସଂଖ୍ୟାରେ ଗଛ ଉପୁଡିବା କାରଣରୁ କର୍ମଚାରୀ ଅଭୟାରଣ୍ୟରେ ବୁଲାବୁଲି କରିବାରେ ବାଧା ସୃଷ୍ଟି ହୋଇଛି । ଫଳରେ କ୍ଷୟକ୍ଷତି ଆକଳନ କରାଯାଇପାରିନାହିଁ।

ସମାନ ଅବସ୍ଥା ଐତିହାସିକ ଖୋର୍ଦ୍ଧା ବରୁଣେଇ ପାହାଡ଼ରେ। ଏଠି ବି ଧ୍ୱଂସର ତାଣ୍ଡବ ରଚିଛି ଫୋନି। ମାଟିରେ ଲୋଟିଛନ୍ତି ୨୦ରୁ ୨୫ ବର୍ଷ ପୁରୁଣା ଶାଗୁଆନ, ଶାଳ, ପିଆଶାଳ ଭଳି ମୂଲ୍ୟବାନ ଗଛ। ସେହିପରି ଜଙ୍ଗଲରେ ଥିବା ବହୁ ଔଷଧୀୟ ଗୁଳ୍ମ ନଷ୍ଟ ହୋଇଯାଇଛି। କେବଳ ବରୁଣେଇ ପାହାଡ଼ ନୁହେଁ, ଫୋନି ପ୍ରଳୟରେ ଆଖପାଖ ଅଞ୍ଚଳର ବ୍ୟାପକ ବନୀକରଣ ବି ନଷ୍ଟ ହୋଇଛି ।

ପ୍ରାଥମିକ ଆକଳନ ଅନୁଯାୟୀ, ବାଲୁଖଣ୍ଡ ଅଭୟାରଣ୍ୟରେ ପ୍ରାୟ ୨୫ କୋଟି, ଚନ୍ଦକାରେ ପ୍ରାୟ ୨ କୋଟି ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୭ କୋଟି ଟଙ୍କାର କ୍ଷତି ହୋଇଥିବା କହିଛନ୍ତି ପିସିସିଏଫ୍ । ଜଙ୍ଗଲ ଭିତରେ ପ୍ରଥମେ ଗମନାଗମନ ବ୍ୟବସ୍ଥାରେ ସୁଧାର ଅଣାଯାଉଛି । ଜୀବଜନ୍ତୁଙ୍କ ପାଇଁ ରେଷ୍ଟ ସେଡ୍ ସହ ଖାଦ୍ୟ ଓ ଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି। ଦର୍ଶକଙ୍କ ପାଇଁ ଅାସନ୍ତା ୧୫ ତାରିଖ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲାଯିବ ବୋଲି ପିସିସିଏଫ୍ କହିଛନ୍ତି।

 

ଆହୁରି ପଢ଼ନ୍ତୁ

‘ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା’

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

You might also like