ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ବାଲଟ୍ର ଲଢେଇ ବୁଲେଟ୍ରେ ନୁହେଁ। ଏଥିସହ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଗଣତନ୍ତ୍ର ଉପରେ ଅତୁଟ ବିଶ୍ୱାସ ରଖି ଶାନ୍ତି ବଜାୟ ରଖିବା ପାଇଁ ସେ ବିନମ୍ର ନିବେଦନ କରିଛନ୍ତି।
ଏହି ପ୍ରସଙ୍ଗରେ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ଅବଗତ କରାଇଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି।
ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ବାଲଟର ଲଢେଇ ବୁଲେଟରେ ନୁହେଁ। ଆମ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ସମୟରେ, ଆମର ସମସ୍ତ କାର୍ଯ୍ୟକର୍ତ୍ତା ଗଣତନ୍ତ୍ର ଉପରେ ଅତୁଟ ବିଶ୍ୱାସ ରଖି ଶାନ୍ତି ବଜାୟ ରଖିବା ପାଇଁ ବିନମ୍ର ନିବେଦନ।ଏହି ପ୍ରସଙ୍ଗରେ ଓଡ଼ିଶା ପୋଲିସ ମହାନିର୍ଦେଶକଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ଅବଗତ କରାଇଲି।
— Chowkidar Dharmendra Pradhan (@dpradhanbjp) 14 April 2019
ଗତକାଲି ରାତିରେ ଜଣେ ଦୁର୍ବୃତ୍ତ ବାଇକ୍ରେ ଆସି ଖୋର୍ଦ୍ଧା ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଆହୁରି ମଧ୍ୟ ପଢ଼ନ୍ତୁ: ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦରେ ଖୋର୍ଦ୍ଧାରେ ବନ୍ଦ ଡାକରା