କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା

ଭୁବନେଶ୍ୱର : କୋଣାର୍କ ମନ୍ଦିରର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ବିଭାଗୀୟ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି। ଉନ୍ନୟନ କମିଶନର ଅସିତ୍‌ ତ୍ରିପାଠୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ବୈଠକରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା।

କୋଣାର୍କ ସୁରକ୍ଷା ନେଇ ରୁର୍‌କି CBRI ପକ୍ଷରୁ ଅନୁଧ୍ୟାନ ରିପୋର୍ଟ ଅନୁସାରେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ଏହା କହିଛନ୍ତି। ସେପଟେ ଓଡ଼ିଶାର ଦାବିକୁ  ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦ୍ୱାରା ସୁରକ୍ଷା ଅନୁଧ୍ୟାନ ପାଇଁ ଦାବି କରିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା।

ଅନ୍ୟପଟେ ଜଗମୋହନରୁ ବାଲି ଓ ପଥର ଖସୁଥିବା CBRI ରିପୋର୍ଟ କରିଛି। ଏଣୁ CBRIର ସୁପାରିଶ କାର୍ଯ୍ୟକାରୀ ପାଇଁ ଦାବି କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ସେପଟେ ୟୁନେସ୍କୋ ତତ୍ତ୍ୱାବଧାନରେ ଥିବାରୁ ପଥର ବଦଳାଇବା ସମ୍ଭବ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା।

You might also like