‘ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ସାର ରହିଛି’

ଭୁବନେଶ୍ୱର: ଚାଷୀଙ୍କୁ ୟୁରିଆ ସାର ଯୋଗାଣ ପର୍ଯ୍ୟାପ୍ତ କରାଯିବ। ଏଯାବତ ୬.୧୫ ଲକ୍ଷ ମେଟ୍ରିକ ଟନ୍ ଆସିଛି, ୟୁରିଆ ଅଭାବ ହେବନି। ଏନେଇ କୃଷି କ୍ୟାବିନେଟ୍ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ବିଭାଗୀୟ ସଚିବ ସୌରଭ ଗର୍ଗ।

ସେ କହିଛନ୍ତି ଯେ, ଏ ବର୍ଷ ୯୯୬୫ କୋଟି ଟଙ୍କାର କୃଷି ଋଣ ଚାଷୀଙ୍କୁ ଦିଆଯାଇଛି। ଧାନ ସହ ଅନ୍ୟ ଫସଲ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ। ନୂଆ ହେଲ୍ପଲାଇନ ନମ୍ବର ୧୫୫୩୩୩ରେ କୃଷି ପରାମର୍ଶ ମିଳିବ।

ସେହିପରି କାଳିଆ ଯୋଜନାରେ ଲାଭ ପାଇବା ପାଇଁ ପୋର୍ଟାଲ ବ୍ୟବସ୍ଥା ହୋଇଛି। ପୋର୍ଟାଲରେ ଚାଷୀ ସେମାନଙ୍କ ଆବେଦନ ସ୍ଥିତି ଜାଣିପାରିବେ। ୫୫ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି, ପ୍ରୋତ୍ସାହନ ରାଶି ପାଇବେ। ବଳରାମ ଯୋଜନାରେ ଭାଗଚାଷୀ, ଭୂମିହୀନ ଚାଷୀ ଉପକୃତ ହେବେ ବୋଲି ସେ କହିଛନ୍ତି।

You might also like