ଓଡ଼ିଶାରେ କୋହଳ ହେବନି ରାତ୍ରକାଳୀନ କର୍ଫ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ କୋହଳ ହେବନି ରାତ୍ରକାଳୀନ କର୍ଫ୍ୟୁ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାତ୍ରକାଳୀନ କର୍ଫ୍ୟୁରେ କୌଣସି କୋହଳ କରାଯିବ ନାହିଁ। ଏନେଇ ପ୍ରେସମିଟରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ରାତ୍ରକାଳୀନ କର୍ଫ୍ୟୁରେ କେନ୍ଦ୍ର ସରକାର ଲାଗୁ କରିଥିବା ବେଳେ ଏହି କୋହଳ ନିୟମ କିନ୍ତୁ ଓଡ଼ିଶାରେ ଲାଗୁ ହେବ ନାହିଁ।

ସେହିପରି ବାହାରେ ଛେପ ପକାଇଲେ କିମ୍ବା ମାସ୍କ ନପିନ୍ଧିଲେ ଅଧିକ ଜରିମାନା ଦେବାକୁ ହେବ। ଏମିତିକି ମାସ୍କ ନପିନ୍ଧିଲେ ଏପିଡେମିକ ଆକ୍ଟ ଅନୁସାରେ ଜରିମାନା ସହ ଗିରଫ ବି କରାଯିବ କହିଲେ ଡିଜିପି।

ପ୍ରଥମ ଓ ୨ୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ଜରିମାନା ୫ଶହ ଟଙ୍କା ଦେବାକୁ ପଡିବ। କିନ୍ତୁ ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ଜରିମାନା ୧ ହଜାର ଟଙ୍କା ରହିଛି।

ବିନା କାରଣରେ କୁଆଡ଼େ ବୁଲନ୍ତୁ ନାହିଁ। ୧୧ଟି ଜିଲ୍ଲାର ପ୍ରତ୍ୟକ ସପ୍ତାହର ଶନିବାର ଓ ରବିବାର ୨ ଦିନ ସଟଡାଉନ ବେଳେ କେବଳ ଔଷଧ ଦୋକାନ ଖୋଲା ରହିବ।  ସାରା ଜୁନ ମାସ ପାଇଁ ସପ୍ତାହକୁ ୨ ଦିନ ସଟଡାଉନ ହେବ।

ଏପଟେ ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ ୨୦ ଜଣ ଏକାଠି ହୋଇପାରିବେ। ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ ୫୦ ଜଣ ଏକାଠି ହୋଇପାରିବେ ଡିଜିପି ବୋଲି କହିଛନ୍ତି

You might also like