‘ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ, ଆଗାମୀ ୭ରୁ ୧୦ଦିନ ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର: ସୂର୍ଯ୍ୟନଗର କେସ୍‌ଟି କୋଲକାତା ଆସିଥିଲା ଓ ବମିଖାଲ୍ କେସ୍‌ଟି ଭୋପାଲରୁ ଆସିଥିବା ସ୍ପଷ୍ଟ ହୋଇଛି। କରୋନାକୁ ନେଇ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି। ଏହାସହ ଆଜି ରାତି ୮ଟାରେ ୩ ସହରର ସଟ୍‌ଡାଉନ୍‌ ସରିବ ବୋଲି କହିଛନ୍ତି।

ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍ ଡାଉନ୍ କରାଯାଇଥିଲା। ଉଭୟଙ୍କ କେସ୍‌ ବାହାର ରାଜ୍ୟର ଲିଙ୍କ୍‌ ରହିଛି। ଭୁବନେଶ୍ୱରରେ କରୋନା ଗୋଷ୍ଠୀ ସଂକ୍ରମଣକୁ ନେଇ ଠୋସ୍ ପ୍ରମାଣ ନାହିଁ। ତେବେ ଆଗାମୀ ୭ରୁ ୧୦ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ସଚେତନ ହେବା, ସାମାଜିକ ଦୂରତ୍ୱ ରକ୍ଷା କରିବା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଏହାସହ କରୋନାକୁ ନେଇ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି ମୁଖ୍ୟ ସଚିବ। କରୋନା ନେଇ ଲୋକଙ୍କୁ ସେ  ଆଶ୍ୱସ୍ତି ଦେଇଛନ୍ତି। ୩ ସହରରେ ଲକ୍ ଡାଉନ୍ ବେଳେ ପୋଲିସର କାର୍ଯ୍ୟକୁ ସେ  ପ୍ରଶଂସା କରିଛନ୍ତି। ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସଟ୍ ଡାଉନ୍‌କୁ ଲୋକେ ସମର୍ଥନ କରିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି।

ଆଜି ରାତିରେ ୮ଟାରେ ୩ ସହରରେ ସଟ୍‌ଡାଉନ୍ ସରିବ ବୋଲି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ଅସିତ ତ୍ରିପାଠୀ। ସଟ୍‌ଡାଉନ୍‌ ପରେ ଦୋକାନରେ ଗହଳି ନକରିବାକୁ ଲୋକଙ୍କୁ ସେ ପରାମର୍ଶ ଦେଇଛନ୍ତି।

You might also like