ଭୁବନେଶ୍ୱର: ସପ୍ତାହରେ କେବଳ ଶନିବାର ଓ ରବିବାର ସଟ୍ଡାଉନ ରହିବ। ଏହା ବ୍ୟତୀତ ଅନ୍ୟ କୌଣସି ଦିନରେ ସଟ୍ଡାଉନ ହେବନି। ଅନ୍ୟ ଦିନଗୁଡ଼ିକରେ ସଟ୍ଡାଉନ ବୃଦ୍ଧି ଗୁଜବକୁ ବିଶ୍ୱାସ ନକରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସଟଡାଉନ୍ ନେଇ ଚାରିଆଡ଼େ ଗୁଜବ ପ୍ରଚାର ପରେ ଟ୍ୱିଟ୍ କରି ଗୁଜବ ଉପରେ ପରଦା ଉଠାଇଛନ୍ତି ଏସଆରସି।
There is no basis to speculation to the extension of weekend shutdown beyond Saturday & Sunday. Ppl are requested not to resort to unnecessary panic buying. @CMO_Odisha @IPR_Odisha @SecyChief @SRC_Odisha @osdma
— Pradeep Jena IAS (@PradeepJenaIAS) June 9, 2020
ନିକଟରେ ବହୁଳ କରୋନା ପ୍ରଭାବିତ 11ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସଟଡାଉନ ଅବଧି ବଢ଼ିବ ବୋଲି ଲୋକ ମୁଖରେ ଗୁଜବ ପ୍ରଚାର ହୋଇଥିଲା। ସଟଡାଉନ ଭୟରେ ଲୋକେ ବଜାରରୁ ଅଧିକ ସଉଦାପତ୍ର କିଣିବା ପାଇଁ ଭିଡ଼ ଲଗାଇଥିଲେ। ତେବେ ଗୁଜବ ପ୍ରଚାର ବ୍ୟାପିବାରୁ ଏହାକୁ ରୋକିବା ପାଇଁ ଟ୍ୱିଟ୍ କରି ଗୁଜବ ଉପରୁ ପରଦା ଉଠାଇଛନ୍ତି ଏସଆରସି। ଏହି ଖବର ଉପରେ ବିଶ୍ୱାସ ନ କରିବାକୁ ସେ ସୂଚନା ଦେଇଛନ୍ତି।