ମୋଦି ପୁରୀରୁ ନିର୍ବାଚନ ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀରୁ ମୋଦି ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା ରହିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ଏବେ ଓଡ଼ିଶା ରହିଛି ଏବଂ ସେ ପୁରୀକୁ ଭଲ ପାଆନ୍ତି। ଗତ ଥର ସେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବାରଣାସୀରୁ ଲଢ଼ି ବିଜୟୀ ହୋଇଥିଲେ। ତେଣୁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀକ୍ଷେତ୍ର ପୁରୀରୁ ମୋଦି ଲଢ଼ି ପାରନ୍ତି ବୋଲି ସେ କହିଛନ୍ତି।

ପୁରୀରୁ ତାଙ୍କର ଲଢ଼ିବା ପ୍ରସଙ୍ଗକୁ ଏଡ଼ାଇ ହେବ ନାହିଁ ବୋଲି ପୁରୋହିତ କହିଛନ୍ତି। ଅନ୍ୟପଟେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୋଦି ପୁରୀରୁ ଛିଡ଼ା ହେଲେ କୌଣସି ପ୍ରଭାବ ପଡ଼ିବ ନାହିଁ।

You might also like