• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ରାଜ୍ୟକୁ ମହାମାରୀ କରୋନା ପ୍ରବେଶ କରିବାର ବର୍ଷେ ପୁରିଛି। ଗତବର୍ଷ ମାର୍ଚ୍ଚ ୧୫ରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ‘ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ନିୟନ୍ତ୍ରଣାଧିନ ଅଛି। ତେବେ ଗତ ୨ ମାସ ଭିତରେ ସାରା ଦେଶରେ ସଂକ୍ରମଣ କିଛି ପରିମାଣରେ ବଢ଼ିଛି। ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ନୂଆ କେସ୍ ସାରା ଦେଶରୁ ବାହାରୁଛି। ଏହା ଦ୍ୱିତୀୟ ଲହରି କି ନୁହେଁ ତାହା କହିହେବ ନାହିଁ। ଅନ୍‌ଲକ୍‌ ଯୋଗୁ ଯାତାୟାତ ବୃଦ୍ଧି ପାଇଛି ଓ ଲୋକେ ଟିକେ ଢିଲା ହୋଇଛନ୍ତି। ତେଣୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି।’

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ‘ସର୍ଭେଲାନ୍ସ ବୃଦ୍ଧି କରିବାକୁ ଆମେ ଚେଷ୍ଟା କରୁଛୁ। ଗତ ଦୁଇ ମାସରେ ନିର୍ଦ୍ଧିଷ୍ଟ ୫ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ତେଣୁ ଏହି ସବୁ ରାଜ୍ୟର ସ୍ଥିତିକୁ ଦେଖି ସଚେତନ ହେବାକୁ ପଡ଼ିବ। ଟେଷ୍ଟିଂ,ଟ୍ରେସିଂକୁ ଜୋରଦାର କରାଯାଇଛି। ଯେପରି ବିଦେଶ ଓ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଏହା ଦ୍ୱିତୀୟ ଲହରି ନୁହେଁ ବରଂ କିଛି ଦିନ ପରେ ଏହି ସଂଖ୍ୟା ପୁଣି ଥରେ ଖସିବ। କିନ୍ତୁ ଲୋକଙ୍କୁ ସତର୍କ ଓ ସଚେତନ ହୋଇ ନିୟମକୁ ପାଳନ କରିବାକୁ ପଡ଼ିବ।’

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୩୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍ ୨୭ରେ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୨୫୮ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍ ୬୨୭ ଥିବାବେଳେ ‌୩,୩୫,୬୬୦ ଜଣ ସୁସ୍ଥ ହୋଇଛନ୍ତି।

There-are-possibilities-of-surge-in-covid19-cases-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories