ଅାଇଏଏସ୍‌ଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଶିଳ୍ପ ବିଭାଗର ନିର୍ଦ୍ଦେଶକ ତଥା ଅାଇଏଏସ୍‌ ପ୍ରଣବ ଜ୍ୟୋତି ନାଥଙ୍କ ଘରେ କଳାକନା ବୁଲାଇଲେ ଚୋର। ଘରେ ସିକ୍ୟୁରିଟି ଗାର୍ଡ ଜଗିଥିଲେ ମଧ୍ୟ ଘରୁ ଚୋରି ହୋଇଥିବାରୁ ପୁଲିସ ସିକ୍ୟୁରିଟି ଗାର୍ଡକୁ ଅଟକ ରଖି ପଚରା ଉଚରା କରୁଛି।

ଅାଇଏଏସ୍‌ ପ୍ରଣବ ଏବଂ ତାଙ୍କ ପରିବାର ବାହାରକୁ ଯାଇଥିବାବେଳେ ଏହି ଘଟଣ ଘଟିଛି। ସୂଚନା ମୁତାବକ, ୪ଲକ୍ଷ ଟଙ୍କା ଓ ୭ ଭରିରୁ ଅଧିକ ସୁନା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଚୋରିରେ ସିକ୍ୟୁରିଟି ଗାର୍ଡର ଭୂମିକା ନେଇ ପୁଲିସ ସନ୍ଦେହ କରୁଥିଲେ ବି ଏଯାଏଁ ଚୋରଙ୍କ ଟେର୍ ମିଳୁନି ।

ସିକ୍ୟୁରିଟି ଗାର୍ଡକୁ ପଚରାଉଚୁରାରେ ସେ ୪୫ ମିନିଟ ଖାଇବାକୁ ବାହାରକୁ ଯାଇଥିବାବେଳେ ଏହି ଘଟଣା ଘଟିଥିବା ଜଣାପଡିଛି। ତେବେ ଏନେଇ ସିକ୍ୟୁରିଟି ଗାର୍ଡର ଲାଇ-ଡିଟେକ୍‌ସନ୍‌ ଟେଷ୍ଟ କରାଯିବ ବୋଲି ଜଣାପଡିଛି। ଏ ସଂପର୍କରେ ପୁଲିସ ତଦନ୍ତ ଜାରି ରଖିଥିବାବେଳେ, ସଂପୃକ୍ତ ଅାଇଏଏସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

You might also like