ଚୋରିର ନୂଆ କୌଶଳ ; ଶାଢ଼ୀ ଘୋଡ଼ାଇ ହୋଇ ଶାଢ଼ୀ ଦୋକାନରୁ ଚୋରି

ସୋର( ଶଶିକାନ୍ତ ବେହେରା) : ଚୋରିର ନୂଆ ତରିକା। କୌଣସି ପେସାଦାରଙ୍କୁ ବି ଚକମା ଦେବା ଭଳି କାରନାମା। ଫିଲ୍ମ ଷ୍ଟାଇଲରେ ହୋଇଛି ଚୋରି। ସିସିଟିଭିରୁ ନଜର ହଟାଇବା ପାଇଁ ଶାଢ଼ୀରେ ନିଜକୁ ଲୁଚାଇ ଲୁଗା ଦୋକାନରେ କଳାକନା ବୁଲାଇଲେ ଲୁଟେରା।

ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଏଠାରେ ଥିବା ଲୁଗା ଦୋକାନରୁ ସଂପୃକ୍ତ ଚୋର ହଜାର ହଜାର ଟଙ୍କାର ଶାଢୀ ଚୋରି କରି ନେଇଛି। ଚୋରି ପୂର୍ବରୁ ଦୋକାନ ପଛରେ ଲାଗିଥିବା ଏକ ସ୍କାଏ ଲାଇଟକୁ ଭାଙ୍ଗି ଦେଇଥିଲା ଚୋର।

ମିଳିଥିବା ଖବର ଅନୁସାରେ, ଏହି ଚୋରିରେ ଅନ୍ୟକିଛି ଜଣ ବି ସଂପୃକ୍ତ ଥିଲେ।  ସେମାନେ ଶାଢ଼ୀ ସହ ଦେଢ଼ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି। ସେପଟେ ପୁଲିସ ଘଟଣା ସମ୍ପର୍କରେ ଅବଗତ ହେବା ପରେ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

You might also like