ପୁଲିସ୍‌ ଅଫିସରଙ୍କ ଘରୁ ଚୋରି

ଭୁବନେଶ୍ୱର: ଆଇପିଏସ୍ ସତ୍ୟଜିତ ନାୟକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସତ୍ୟଜିତଙ୍କ ଶିଶୁଭବନ ସ୍ଥିତ ଘରୁ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି।

ଘରେ କେହି ନ ଥିବା ବେଳେ ଗ୍ରୀଲ୍ କାଟି ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସତ୍ୟଜିତ ନାୟକ କହିଛନ୍ତି, ଆଇପିଏସ୍‌ଙ୍କ ଘରୁ ଚୋରି ହେବା କୌଣସି ଛୋଟ କଥା ନୁହେଁ। ପାଟ୍ରୋଲିଂ ଜୋରଦାର ହେବା ଉଚିତ।

ଏ ନେଇ ଡିସିପିଙ୍କ ସହିତ କଥା ହୋଇଥିବା ସତ୍ୟଜିତ କହିଛନ୍ତି। ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସତ୍ୟଜିତ ନାୟକ।

You might also like