ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା

ଭୁବନେଶ୍ୱର: ଆବାସ ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା କିନ୍ତୁ ହେଲେ ମହିଳାଙ୍କୁ ଏଡ଼ାଇ ଚାଲିଗଲେ ମନ୍ତ୍ରୀ ପଦ୍ମନାଭ ବେହେରା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଦେଇଥିଲେ ମନ୍ତ୍ରୀ। ହେଲେ ବର୍ଷେ ପରେ ବି ଘର ତିଆରି ହୋଇପାରିଲାନି। ଏହାର ପ୍ରତିବାଦ କରି ମନ୍ତ୍ରୀଙ୍କୁ କାର୍ଯ୍ୟାଦେଶ ଫେରାଇ ଦେଲେ ମହିଳା ମାନେ। ସୁବର୍ଣ୍ଣପୁର ବିନିକାରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିିଳିଛି।

ମନ୍ତ୍ରୀ ପଦ୍ମନାଭ ବେହେରା ବିନିକା ଗସ୍ତ ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି ବହୁ ସଂଖ୍ୟାରେ ମହିଳା ମନ୍ତ୍ରୀଙ୍କୁ ଘେରିଥିଲେ। କାର୍ଯ୍ୟାଦେଶ ବଣ୍ଟନ ପରେ ବି ଘର ନିର୍ମାଣ କାହିଁକି ହୋଇନି। ସେ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶ୍ନ କରିଥିଲେ। କାର୍ଯ୍ୟାଦେଶ ଫେରାଇବା ସହ ମହିଳାମାନେ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ।

ତେବେ ଏସବୁର ପ୍ରଶ୍ନ ନଦେଇ ଏହାକୁ ଅଣଦେଖା କରି ମନ୍ତ୍ରୀ ସେଠୁ ପଲାଇଯାଇଥିଲେ। ଯାହାକୁ ନେଇ ବିନିକା ଅଞ୍ଚଳର ମହିଳାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ବର୍ଷକ ତଳେ ସ୍ଥାନୀୟ ଟାଉନ୍ ହଲ୍‌ରେ ଖୋଦ୍ ମନ୍ତ୍ରୀ ପଦ୍ମନାଭ ବେହେରା ମହିଳାଙ୍କୁ କାର୍ଯ୍ୟାଦେଶ ବାଣ୍ଟିଥିଲେ। ସେପଟେ ଏହି ଘଟଣାକୁ ନେଇ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନି।

ଆହୁରି ପଢନ୍ତୁ: ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ-ପୁରନ୍ଦେଶ୍ୱରୀ

You might also like