ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର: ବର୍ଷା-ଅନୁଭବ ବିବାଦରେ ପୁଣି ଆସିଛି ନୂଆ ମୋଡ। ପାରିବାରିକ କଳହକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଗତ ଡିସେମ୍ବର ୯ ତାରିଖରେ ଥାନାରେ ଏକ ମାମଲା ରୁଜୁ କରିଥିଲେ। ସୋସିଆଲ୍‌ ମିଡିଆରେ ତାଙ୍କ ବିରୋଧରେ ହେଉଥିବା ଅପପ୍ରଚାର ଓ କୁମନ୍ତବ୍ୟକୁ ନେଇ ପୁରୀଘାଟ ଥାନାରେ  ଅଭିଯୋଗ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବର୍ଷା ଥାନାରେ ଅଭିଯୋଗ କରିଥିଲେ।

ଅପରପଟେ ବର୍ଷା-ଅନୁଭବ ବିବାଦରେ ସାମ୍ନାକୁ ଆସିଥିଲା ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ବୟାନ। ଫେସବୁକରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବନ୍ଧୁ ବୋଲି ପରିଚୟ ଦେଇଥିଲେ ଜାଗ୍ରତି। ଏଥିସହ ଜାଗ୍ରତି ଲେଖିଛନ୍ତି, ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ସେମାନଙ୍କ ବ୍ୟକ୍ତିଗତ କିନ୍ତୁ କିଛି ଦିନ ହେବ ତାଙ୍କୁ ବିବାଦ ଭିତରକୁ ଟଣାଯାଉଛି। ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଛି। ତାଙ୍କ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି। ଏଥିରେ ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ ବୋଲି ଜାଗ୍ରତି ଫେସବୁକରେ ଲେଖିଥିଲେ।

You might also like