ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଗଲା ସୁବର୍ଣ୍ଣରେଖା ନଦୀର ଜଳ ଓ ମାଟି

ଜଳେଶ୍ୱର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶର ପବିତ୍ର ନଦୀରୁ ପାଣି ଯାଉଛି। ଏହିକ୍ରମରେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବି ଜଳ ଓ ମାଟି ଅଯୋଧ୍ୟା ପଠାଯାଇଛି।

ଆସନ୍ତା ୫ ତାରିଖରେ ରାମ ମନ୍ଦିରରେ ଭୂମି ପୂଜା ଅବସରରେ ଏହା ଲାଗିବ। ଏଥିପାଇଁ ନମସ୍ତେ ଅଯୋଧ୍ୟା ପରିବାର ପକ୍ଷରୁ ଜଳେଶ୍ୱରରେ ସୁବର୍ଣ୍ଣରେଖା ନଦୀର ପାଣି ଓ ମାଟି ଡାକ ଯୋଗେ ପଠାଯାଇଛି। ନିକଟସ୍ଥ ରାଜପୁର କପିଳମୁନି ଆଶ୍ରମ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳ ଓ ମାଟିକୁ ପଠାଯାଇଛି।

ରାମ ମନ୍ଦିର ପାଇଁ ଏହି ମାଟି ଓ ଜଳ ଯାଉଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି ସ୍ଥାନୀୟ ଲୋକେ। ଏହି ଶୁଭକାମରେ ବରିଷ୍ଠ ଯାତ୍ର କଳାକାର ଗୌର ଦାସ ଉପସ୍ଥିତ ଥିଲେ।

You might also like