କରୋନା ଭୟରେ ମୃତଦେହ ଛୁଇଁଲେନି ଗାଁ ଲୋକ

କେନ୍ଦୁଝର: କରୋନା ସଂକ୍ରମଣ ଡରରେ ମୃତଦେହକୁ ଛୁଇଁଲେନି ଗାଁ ଲୋକେ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ଜଣକ ଗତ ମାର୍ଚ୍ଚ ୧୧ ତାରିଖରେ ବେଙ୍ଗାଲୁରୁରୁ ଗାଁକୁ ଫେରିଥିଲେ। ବେଙ୍ଗାଳୁରୁରୁ ଫେରିଥିବାରୁ ହୋମ୍ କ୍ୱାରେଣ୍ଟିନରେ ମଧ୍ୟ ରହିଥିଲେ। ହେଲେ ଆଜି କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଏଥିରେ ଭୟଭୀତ ହୋଇ ପଡିଥିଲେ ତାଙ୍କ ପରିବାର ଲୋକେ। ଏମିତିକି ବ୍ୟବଚ୍ଛେଦ ପାଇଁ ମେଡିକାଲ ନେବାକୁ ପରିବାର ଓ ଗାଁ ଲୋକେ ଅରାଜି ହେବାରୁ ପ୍ରଶାସନ ହସ୍ତକ୍ଷେପ କରିଥିଲା ମାଜିଷ୍ଟ୍ରେଟ୍, ପୋଲିସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ହସ୍ତକ୍ଷେପ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

You might also like