ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି

୨ ଦିନିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି

କଟକ: କଟକରେ ଆଦିକବି ସାରଳା ଦାସଙ୍କ ୬ ଶହ ତମ ଜୟନ୍ତୀ ପାଳନ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ ଦେଇଛନ୍ତି।  ଏହା ସହିତ ସେ ସାରଳା ସାହିତ୍ୟ ସଂସଦର ୪୦ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି। ଆଜି ସକାଳେ ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଉପରାଷ୍ଟ୍ରପତି ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମାବର୍ତ୍ତନ ଉତ୍ସବ ପୂର୍ବରୁ ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ RTPCR ଟେଷ୍ଟ କରାଯାଇଛି। କୋଭିଡ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତି ହିଁ ଉତ୍ସବରେ ଯୋଗ ଦେଇପାରିବେ।  ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ୱିନ୍‌ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଆସନ୍ତାକାଲି କାର୍ଯ୍ୟକ୍ରମ ପରେ ପୁଣି ଥରେ ଦିଲ୍ଲୀ ଫେରିଯିବେ ଉପରାଷ୍ଟ୍ରପତି।

You might also like