ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ
ଭୁବନେଶ୍ୱର: ଟିକା ନିର୍ମାଣ କମ୍ପାନିରୁ ସିଧା ଓଡ଼ିଶା ଆସିବ କରୋନା ଟିକା। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ। ଟିକା ପହଞ୍ଚିବା ପରେ ଏହାକୁ ଷ୍ଟେଟ୍ ଭ୍ୟାକ୍ସିନ ଷ୍ଟୋରରେ ରଖାଯିବ। ଏଠାରୁ ବିଭିନ୍ନ ଜିଲ୍ଲାରେ ଥିବା ଭ୍ୟାକ୍ସିନ ଷ୍ଟୋରକୁ ପଠାଯିବ। ରାଜ୍ୟରେ ଯାହା ସରଞ୍ଜାମ ରହିଛି ତାହା ଟିକାକରଣ ପାଇଁ ଯଥେଷ୍ଟ ବୋଲି ସେ ସୂଚନା ଦେଇଛନ୍ତି। ଏହାସହ ରାଜ୍ୟରେ ଡାଟାବେସ୍ ଅନୁସାରେ ଟିକା ମଗାଯାଇଛି। ତେବେ କେତେ ଟିକା ପଠାଇବେ ସେମାନେ ନିଷ୍ପତ୍ତି ନେବେ।
ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନଙ୍କୁ ହିଁ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ସୂଚନାନୁଯାୟୀ ୧୦ ଦିନରେ ଟିକା ପହଞ୍ଚିବ। ଟିକା ପହଞ୍ଚିବାର ଦିନେ ଦୁଇ ଦିନ ଭିତରେ ଟିକାକରଣ ହେବ । ୨ଟି ଡୋଜରେ ଦିଆଯିବ ଟିକା; ପ୍ରଥମ ଡୋଜରେ ୨୮ ଦିନ ପରେ ୨ୟ ଡୋଜ୍ ଦିଆଯିବ : DMET pic.twitter.com/8tHwuADtQ4
— ଓଟିଭି (@otvkhabar) January 6, 2021
ଅନ୍ୟପଟେ କେଉଁଠି ଟିକାକରଣ ହେବ ଜିଲ୍ଲାପାଳମାନେ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବେ ବୋଲି ସୂଚନା ରହିଛି। ଟିକାକରଣ ପାଇଁ ସବୁ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ସରିବ। ଟିକାକରଣ ଲାଗି ପ୍ରସ୍ତୁତ ରହିବାକୁ ଗତକାଲି କେନ୍ଦ୍ର ସରାକର ରାଜ୍ୟକୁ ଚିଠି ଲେଖିଥିଲେ। ଖୁବଶୀଘ୍ର ଟିକା ଓଡ଼ିଶା ଆସିବ ବୋଲି ଚିଠିରେ ଉଲ୍ଲେଖ ଥିଲା । ସେପଟେ ସବୁ ସ୍ୱାସ୍ଥ୍ୟକର୍ମୀ ଟିକା ନେବା ବାଧ୍ୟତାମୂଳକ ନୁହେଁ ବରଂ ଯିଏ ଚାହିଁବେ ସିଏ ନେବେ ବୋଲି ଡିଏମ୍ଇଟି ସିଭିକେ ମହାନ୍ତି କହିଛନ୍ତି।
ଟିକା ନିର୍ମାଣ କମ୍ପାନିରୁ ସିଧା ଓଡ଼ିଶା ଆସିବ କରୋନା ଟିକା । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ। #CoronaVaccine #COVID19 #Coronavirus #Odisha pic.twitter.com/ZbVqAEpJEP
— ଓଟିଭି (@otvkhabar) January 6, 2021
ବର୍ତ୍ତମାନ ୨ଟି ଟିକା ଆସିଛି ତାହାକୁ ଦୁଇଟି ଡୋଜରେ ଦିଆଯିବ। ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି। ଦୀର୍ଘ ୬ ମାସ ପରେ କରୋନାରେ ରାଜ୍ୟରେ କେହି ପ୍ରାଣ ହରାଇ ନାହାନ୍ତି ବୋଲି ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।
ଶରୀରର କେଉଁ ସ୍ଥାନରେ ଦିଆଯିବ କରୋନା ଟିକା ?
ଆଗାମୀ ୧୦ ଦିନ ଭିତରେ ସାରା ଦେଶରେ ଆରମ୍ଭ ହୋଇପାରେ କୋଭିଡ୍ ଟିକାକରଣ। ଗତକାଲି ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଆସନ୍ତା ୮ ତାରିଖ ସୁଦ୍ଧା ଟିକାଦାନ କେନ୍ଦ୍ର ଚିହ୍ନଟ କରି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନଗୁଡ଼ିକୁ ଚିଠି ଲେଖିଛି। ତେଣେ କୋଭିଡ୍ ଟିକାକୁ ନେଇ ଲୋକଙ୍କ ମନରେ ବାରମ୍ବାର ଆସୁଥିବା ପ୍ରଶ୍ନକୁ ନେଇ FAQ ଓ ତାର ଉତ୍ତର ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ଅପେକ୍ଷାର ଅନ୍ତ। ଖୁବ୍ଶୀଘ୍ର ଆରମ୍ଭ ହେବ କରୋନା ଟିକାକରଣ। ୧୦ ଦିନ ଭିତରେ କୋଭିଡ୍ ଭ୍ୟାକ୍ସିନେସନ ଆରମ୍ଭ ହେବାର ସମ୍ଭାବନା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍ମିଟ୍ରେ ଏହି ସୂଚନା ଦିଆଯାଇଛି। ପୂର୍ବରୁ ସବୁ ରାଜ୍ୟରେ ସଫଳତାର ସହ ଟିକାକରଣର ପୂର୍ବାଭ୍ୟାସ କରାଯାଇଥିଲା।
- ସେପଟେ କୋଭିଡ୍ ଟିକାକରଣ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଟିକା ନେଇ ଦ୍ୱନ୍ଦ୍ୱ ବି ରହିଛି ବାରମ୍ବାର ପଚରା ଯାଉଥିବା କିଛି ପ୍ରଶ୍ନ ବା FAQ ଉପରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର।
କୋଭିଡ୍ ଟିକା ବାହୁରେ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେପଟେ ଟୀକାକରଣ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଆସନ୍ତା ୮ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍ ଟିକାଦାନ କେନ୍ଦ୍ର ଚିହ୍ନଟ କରିବାକୁ ଜିଲ୍ଲାପାଳ ଓ ୫ ମହନାଗର ନିଗମର କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ। ଏଣେ ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି, ଭୁବନେଶ୍ୱରର ୧୮ଟି ପ୍ରମୁଖ ହସ୍ପିଟାଲ, ୨୬ଟି ପିଏଚସି ଓ ସିଏଚସି ଟୀକାକରଣ ଲାଗି ଚିହ୍ନଟ ହୋଇଛି।