ଲକ୍‌ଡାଉନ୍ ସତ୍ତ୍ୱେ ଖୋଲିବ ବିଶ୍ୱବିଦ୍ୟାଳୟ, ସର୍ତ୍ତ ଅନୁସାରେ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକଡାଉନ୍‌ ସତ୍ତ୍ୱେ ଖୋଲିବ ବିଶ୍ୱବିଦ୍ୟାଳୟ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଖୋଲିବ। ତେବେ କିଛି କଟକଣା ସହ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ କୁଳପତିମାନଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ। ଏହି ନିର୍ଦ୍ଦେଶ ଅନୁସାରେ, ବିଶ୍ୱବିଦ୍ୟାଳୟ ଖୋଲିଲେ ବି ଛାତ୍ରଛାତ୍ରୀ ଆସିବେନାହିଁ। ଥିଓରୀ ଓ ପ୍ରାକ୍ଟିକାଲ କ୍ଲାସ ସିଧାସଳଖ ହେବନି। ତେବେ ଅନଲାଇନ କ୍ଲାସ୍ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ଚାଲିବ। କୌଣସି ଥିଓରୀ କିମ୍ବା ପ୍ରାକ୍ଟିକାଲ୍ ପରୀକ୍ଷା ହେବନି।

ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବେ। କୌଣସି ପିଲା ହଷ୍ଟେଲରେ ରହିପାରିବେନି କି ବିନା ଅନୁମତିରେ ଆସିପାରିବେନି  କନ୍ଫରେନ୍ସ, ସେମିନାର, ୱାର୍କସପ୍, ଇଣ୍ଟରଭ୍ୟୁ ଆଦି ପାଇଁ ମଧ୍ୟ ମନା ହୋଇଛି।

ଆବଶ୍ୟକ ଥିଲେ ଅନଲାଇନରେ ଏସବୁ ହେବ। ଜୋନାଲ ମୂଲ୍ୟାୟନ ହୋଇପାରିବନି। ଅନଲାଇନରେ ହେବ ପିଏଚଡି ଭାଇଭାଭୋସ୍  ଗ୍ରୁପ୍-ଏର ସମସ୍ତ ଟିଚିଂ, ନନ୍ ଟିଚିଂ ଷ୍ଟାଫ୍ ଦୈନିକ ଅଫିସ ଆସିବେ  ବି, ସି ଓ ଡି ଗ୍ରୁପ୍ କର୍ମଚାରୀଙ୍କ ମଧ୍ୟରୁ ୩ ଭାଗରୁ ୧ ଭାଗ କର୍ମଚାରୀ ଅଫିସ୍ ଆସିବେ।

You might also like