ନୂଆ ଷ୍ଟ୍ରେନ୍‌ ଚିହ୍ନଟ ନେଇ ଆମେ ଜାଣିଥିଲୁ: ସ୍ୱାସ୍ଥ୍ୟ ଏସିଏସ୍

ଭୁବନେଶ୍ୱର: ଓଡ଼ିଶାରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ACS ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ଚିହ୍ନଟ ୩ଟି ଗତ ଡିସେମ୍ବରରେ ଆସିଥିବା ୟୁକେ ଫେରନ୍ତାଙ୍କ ଷ୍ଟ୍ରେନ୍। ICMR ପକ୍ଷରୁ ଜିନୋମ୍ ସିକ୍ୟୁଏନ୍ସିଂ ବେଳେ ଏକଥା ଜାଣିଥିଲୁ, ଲୋକେ ଭୟଭୀତ ହୋଇପଡ଼ିବେ ବୋଲି ପ୍ରକାଶ କରାଯାଉନଥିଲା। ଲୋକେ କୌଣସି ପ୍ରକାର ଭୟଭୀତ ହୁଅନ୍ତୁନି ACS ବୋଲି କହିଲେ।

ପ୍ରକାଶଥାଉକି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନେସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ କହିଛନ୍ତି, ୧୮ଟି ରାଜ୍ୟରୁ ମୋଟ ୭୭୧ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି।୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ୍।

ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ମୋଟ ୭୩୬ ୟୁକେ ଷ୍ଟ୍ରେନ୍ ଭିତରୁ ଓଡ଼ିଶାରୁ ୩ଟି ଥିବା ସୂଚନା ମିଳିଛି। ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ୍ ପଞ୍ଜାବରୁ ଚିହ୍ନଟ ହୋଇଥିବା ଉଲ୍ଲେଖ ରହିଛି।
You might also like