• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। କରୋନା ସ୍ଥିତି ପରଠାରୁ ଆଜି(ଶୁକ୍ରବାର) ଦିନକରେ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୭୯୭୨କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଟନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ା ୮୫, ବଲାଙ୍ଗିର ୪୫, କଟକରୁ ୩୨, ମାଲକାନଗିରି ୩୦, ବରଗଡ଼ ଓ ସୁନ୍ଦରଗଡ଼ରୁ ୨୪, ଅନୁଗୁଳ ୨୩, ବାଲେଶ୍ୱର ଓ ଜଗତସିଂହପୁରରୁ ୧୭ ଲେଖାଏଁ ସୁସ୍ଥ ହୋଇଛନ୍ତି।


ସେହିପରି ଖୋର୍ଦ୍ଧା ୧୫, ଯାଜପୁର ୧୩, କେନ୍ଦ୍ରାପଡ଼ାରୁ ୧୦, ଗଜପତି, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ ୮ ଲେଖାଏଁ, ପୁରୀରୁ ୩ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ୭, ଭଦ୍ରକ ୪, ଢେଙ୍କାନାଳ ଓ କେନ୍ଦୁଝରରୁ ୨ ଲେଖାଏଁ, ବୌଦ୍ଧ, କନ୍ଧମାଳ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ରାଜ୍ୟରେ ଆଉ ୭୫୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୪୭ ରହିଛି।

The-total-recovered-cases-of-odisha-surge-to-7972
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories